ପୋଲାଭରମ ପ୍ରକଳ୍ପ ବିରୋଧରେ ଆଜିଠାରୁ ୭ଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଆଜିଠାରୁ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ଆଜି କୋରାପୁଟରେ ପ୍ରାୟ ୫ ହଜାର ବିଜେଡି କର୍ମୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବାସହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଦେବା ପାଇଁ ବିଜେଡିର କାର୍ଯ୍ୟକ୍ରମ ରହିଛି । ଆନ୍ଧ୍ରର ଏକଚାଟିଆ ପ୍ରକଳ୍ପ ଫଳରେ ଓଡିଶାର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡା ପ୍ରଭାବିତ ହେବା ସହ ୬ହଜାର ଆଦିବାସୀ ପ୍ରଭାବିତ ହେବେ, ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୋଲାଭରମ ବିରୋଧୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।