ସାବଧାନ ! ସମୁଦ୍ରରେ ଦେଖିବାକୁ ମିଳିଛି ଏକ ସାଂଘାତିକ ବିଷାକ୍ତ ମାଛ, ୨୦ ଜଣ ହେଲଣି ଶିକାର ।

166

ସମୁଦ୍ରରେ ବିଭିନ୍ନ ପ୍ରକାର ଭୟଙ୍କର ଜୀବ ରୁହନ୍ତି । ସେଥି ମଧ୍ୟରୁ ସାର୍କ ଏବଂ ଜେଲିଫିସ ଅନ୍ୟତମ । ସାର୍କ ତାର ଆକାର ଏବଂ ତିଖ୍ନ ଦାନ୍ତ କାରଣରୁ ଲୋକମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ଜେଲି ଫିସ ତାର ବିଷାକ୍ତ ଡଙ୍କ କାରଣରୁ ବିଶ୍ୱରେ ପରିଚିତ । ଯଦି କେବେ ଜେଲି ଫିସ କୌଣସି ବ୍ୟକ୍ତିକୁ ତାର କଣ୍ଟା ମାନ ଲାଞ୍ଜରେ ଆଘାତ କରେ ତେବେ ସେହି ବ୍ୟକ୍ତିକୁ ବହୁତ କଷ୍ଟ ହୋଇଥାଏ । ଜେଲିଫିସ ବିଷର କୌଣସି ପ୍ରତିରୋଧକ ଔଷଧ ନଥିବା କାରଣରୁ ଲୋକମାନେ କଷ୍ଟ ଭୋଗିଥାନ୍ତି । ବେଳେ ବେଳେ ଅନେକ ଲୋକ ଜେଲିଫିସ ଆଘାତରେ ମୃତ୍ୟୁବରଣ କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ତେଣୁ ଯଦି ଆପଣ ସମୁଦ୍ରକୁ ଗାଧୋଇବାକୁ ଯାଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏବେ ଜେଲିଫିସ ବିଷର ଆଘାତରେ ଅନେକ ଲୋକ ଆହତ ହୋଇଛନ୍ତି । ଏହାକୁ ଦୃଷ୍ଟରେ ରଖି ସରକାର ସମୁଦ୍ରକୁ ଯିବା ପାଇଁ ଲୋକମାନଙ୍କୁ ବାରଣ କରିଛନ୍ତି ।

ସୂଚନା ଅନୁଯାୟୀ, ମୁମ୍ବାଇର ସହରର ସମୁଦ୍ରରେ ବହୁ ମାତ୍ରାରେ ବ୍ଲୁ-ଜେଲିଫିସ ଦେଖା ଦଇଛନ୍ତି । ଏଥି ସହିତ ଗାଧୋଇବାକୁ ଆସିଥିବା ଅନେକ ଲୋକଙ୍କୁ ମଧ୍ୟ ଜେଲି ଫିସ କାମୁଡିଥିବା ଘଟଣା ସମ୍ନାକୁ ଆସିଛି । କୁହାଯାଉଛି କି, ବର୍ଷା ଦିନେ ଜେଲିଫିସ ତାର ଖାଦ୍ୟ ଖୋଜିବା ପାଇଁ ସମୁଦ୍ର ତଟକୁ ଆସିଯାଇଥାନ୍ତି । ଯାହାଫଳରେ ସେଠାରେ ଗାଧୋଉଥିବା ଲୋକମାନେ ତାର ଶିକାର ହୋଇଥାନ୍ତି । ଜେଲିଫିସ କାମୁଡିବା ମାତ୍ରେ କାମୁଡିଥିବା ଅଙ୍ଗ ନିସ୍କ୍ରିୟ ହୋଇଯାଇଥାଏ । ବ୍ୟକ୍ତିଙ୍କୁ ବହୁତ କଷ୍ଟ ହୋଇଥାଏ । କେବଳ ସେତିକି ନୁହେଁ ଜେଲିଫିସ କାମୁଡିବା ଦ୍ୱାରା ଅନେକ ଲୋକ କୋମାକୁ ଚାଲିଯାଇଥିବାର ଘଟଣା ମଧ୍ୟ ଦେଖିବାକୁ ମିଳିଛି । ମୁମ୍ବାଇରେ ଗତ କିଛି ଦିନ ହେବ ୨୦ ଜଣ ଲୋକ ଏହି ବିଷାକ୍ତ ମାଛର ଶିକାର ହୋଇଛନ୍ତି । ତେଣୁ ସମୁଦ୍ରକୁ ଜିବା ପୁର୍ବରୁ ସାବଧାନତା ବର୍ତ୍ତିବା ନିହାତି ଆବଶ୍ୟକ ।