ବ୍ରହ୍ମପୁରରେ ଅଘଟଣ ! ବିଷାକ୍ତ ଖାଦ୍ୟ ନେଲା ଗୋଟିଏ ପରିବାର ୩ ଜୀବନ । ଚିକିତ୍ସାଧିନ ଅବସ୍ଥାରେ ପୁଅ, ଝିଅ ଓ ମାଆ ମୃତ

30

କନକ ବ୍ୟୁରୋ : ବ୍ରହ୍ମପୁର ରମ୍ଭା ପାନ୍ଥ ନିବାସ ସାହିରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଝିଅ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଭୁବନେଶ୍ୱରର ସମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରମ୍ଭାର ବାନାମ୍ବର ପ୍ରଧାନଙ୍କ ସ୍ତ୍ରୀ କାମିନୀ ପ୍ରଧାନ, ଝିଅ କମଳିନୀ ପ୍ରଧାନ ଓ ପୁଅ ସୌମ୍ୟ ପ୍ରଧାନ ।

ଗତକାଲି ରାତିରେ ରୁଟି ଓ ଫୁଲ କୋବି ତରକାରୀ ଖାଇ ପରିବାରର ୩ଜଣ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ପୁଅ, ଝିଅ ଓ ମାଆଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଝିଅ କମଳିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପୁଅ ସୌମ୍ୟରଂଜନ ଓ ତା ମାଆ କାମିନୀ ପ୍ରଧାନଙ୍କୁ ବ୍ରହ୍ମପୁର ମେଡିକାଲକୁ ଅଣାଯାଇଥିଲା ।

ବ୍ରହ୍ମପୁର ମେଡିକାଲରେ ସୌମ୍ୟରଂଜନଙ୍କ ମୃତ୍ୟୁ ହୋଇଥିବା ବେଳେ କାମିନୀଙ୍କୁ ଭୁବନେଶ୍ୱରର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ କାମିନୀ ପ୍ରଧାନ ଆଝି ବୁଜିଛନ୍ତି । ଖାଦ୍ୟରେ ବିଷ କ୍ରିୟା ହୋଇ ଏପରି ଅଘଟଣ ଘଟିଥିବା କୁହାଯାଉଛି ।