ଆସାମରେ ମଦର ତାଣ୍ଡବ । ବିଷାକ୍ତ ଦେଶୀମଦ ପିଇ ୧୧୦ ମୃତ, ୩୦ରୁ ଅଧିକ ମହିଳାଙ୍କ ସମେତ ଶତାଧିକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି

ଆସାମରେ ସଙ୍ଗିନ ହେଲା ମଦମୃତ୍ୟୁ ଘଟଣା

122

କନକ ବ୍ୟୁରୋ : ଆସାମରେ ସଙ୍ଗିନ ହେଲା ମଦମୃତ୍ୟୁ ଘଟଣା । ଆସାମର ଗୋଲହାଟ୍ ଓ ଜୋରହାଟ୍ ଜିଲ୍ଲାରେ ବିଷାକ୍ତ ଦେଶୀ ମଦ ପିଇ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୨୦୦ରୁ ଅଧିକ ବ୍ୟକ୍ତି ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଥିବା ବେଳେ ଆକ୍ରାନ୍ତଙ୍କୁ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ଘୋଷଣା କରାଯାଇଛି ।

ଅନ୍ୟପଟେ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ନାଲି ଗୁଡ଼କୁ ନିଶିଦ୍ଧ କରା ଯାଇଛି । ସେପଟେ ଏହି ଘଟଣାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ରାଜ୍ୟରେ ୧୫ ହଜାର ଲିଟର୍ ଦେଶୀ ମଦ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ତେବେ ଏପରି ଭାବରେ ବିଶାକ୍ତ ମଦ ପିଇ ପୂର୍ବରୁ ୟୁପି ଓ ଉତ୍ତରାଖଣ୍ଡରେ ଅନେକ ଲୋକ ପ୍ରାଣତ୍ୟାଗ କରିଥିଲେ । ହେଲେ ବିଷାକ୍ତ ମଦ କେଉଁଠାରୁ ଆସିଲା ତାହାର ତଦନ୍ତ ଚାଲିଥିବା ଜଣାପଡିଛି ।