କନକ ବ୍ୟୁରୋ : ବିଷ ମିଶା ଚୁଡା ଖାଇ ଶିଶୁ ମୃତ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବରକେରରେ ଥିବା ପ୍ରାଣବନ୍ଧୁ ଦେହୁରୀ ତାଙ୍କ ଫାର୍ମ ହାଉସରେ ଉଈ ମାରିବା ପାଇଁ ଚୂଡାରେ ବିଷ ମିଶାଇ ରଖିଥିଲେ । ତେବେ ଫାର୍ମ ହାଉସରେ କାମ କରୁଥିବା ମନୋଜ ପ୍ରଧାନଙ୍କ ଛୋଟ ପୁଅ ଓ ଝିଅ ଏହାକୁ ଖାଇ ଦେଇଥିଲେ । ଫଳରେ ୪ ବର୍ଷର ଝିଅର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ପୁଅର ଅବସ୍ଥା ସଂକଟାପନ୍ନ ରହିଛି ।