ସାବଧାନ ମାଛ ନାଁରେ ଆଉ ବିଷ ଖାଉନାହାନ୍ତି ତ ? ତେବେ କିଭଳି ଚିହ୍ନିବେ ଏହି ବିଷାକ୍ତ ମାଛକୁ ଆସନ୍ତୁ ଜାଣିବା ।

69

ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିଲେ ହେଁ ଏଠାକାର ଅଧିକାଂଶ ଲୋକେ ଆମିଷ ପ୍ରିୟ ହୋଇଥାନ୍ତି । ତେବେ କିଛି ଲୋକ ମାଂସାହାରୀ ହୋଇଥିବା ବେଳେ ଆଉ କିଛି ଲୋକ ମାଛ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ବେଳେବେଳେ ବିଷାକ୍ତ ମାଛ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେବା ସହ ଡାକ୍ତରଖାନାର ଚକ୍କର କାଟିବା ଭଳି ପରିସ୍ଥିତି ଆସି ପହଞ୍ଚିଯାଏ ।

ସଜ ମାଛର ଏଭଳି ଚାଂଚଲ୍ୟକର ସତ ସାମ୍ନାକୁ ଆସିବା ପରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି କେଉଁ ମାଛରେ ରହିଛି ବିଷ, ଏବଂ ତାହା ଆପଣ ଜାଣିବେ କେମିତି । ତାଜା ମାଛ ନାଁରେ ଆପଣଙ୍କୁ ବିକ୍ରି କରାଯାଉଥିବା କେମିକାଲ ମିଶା ମାଛକୁ ଚିହ୍ନିବେ କିଭଳି ? ତେବେ ଆମେ ଆପଣଙ୍କୁ ଏ ବିଷୟରେ କିଛି ଟିପ୍ସ ଦେବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କୁ ବିଷାକ୍ତ ମାଛ ଚିହ୍ନିବାରେ ଅସୁବିଧା ହେବନାହିଁ ।

୧. ମାଛରେ ‘ଫର୍ମାଲ୍ ଡିହାଇଡ’ ମିଶାଯାଇଥିଲେ ଏହା ସାଧାରଣ ମାଛଠାରୁ ଅଧିକ ଟାଣୁଆ ଲାଗିବ ।

୨.କେମିକାଲ ମିଶା ମାଛକୁ ଚୋବାଇବା ସମୟରେ ଏହା ରବର ଭଳି ଲାଗିବ ।

୩.କେମିକାଲ ମିଶା ମାଛର କାତି ମଧ୍ୟ ସଜ ମାଛଠାରୁ ଅଧିକ ଟାଣୁଆ ।

୪.ମାଛର ଗାଲି ଅତ୍ୟଧିକ ଲାଲ ଓ ଆଖି ଅଧିକ ସଫା ।

୫. ମାଛ ଭାଜିବା ସମୟରେ ଯେଉଁ ବାସ୍ନା ଆସେ, କେମିକାଲ ମିଶା ମାଛର ବାସ୍ନା ତାଠାରୁ ଭିନ୍ନ ରହିବ ।

୬. ଜିଅନ୍ତା ମାଛରେ କୌଣସି କେମିକାଲ ମିଶାଯାଇନଥିବା ସମ୍ଭାବନା ଅଧିକ ।