ପ୍ରଖ୍ୟାତ କବିୟତ୍ରୀ ନିର୍ମଳା ଦେବୀଙ୍କ କବିତାକୁ ଗୀତରେ ସଜାଗଲା ।

49

କନକ ବ୍ୟୁରୋ : ବର୍ଣରାଗରେ ପ୍ରଖ୍ୟାତ ଲେଖିକା ନିର୍ମଳା ଦେବୀଙ୍କ ବଛାବଛା ଛଅଟି କବିତାକୁ ଗୀତରେ ସଜାଯାଇଛି । ଯାହାକୁ ଗାଇବା ସହ ସଙ୍ଗୀତରେ ସଜାଇଛନ୍ତି ରତିକାନ୍ତ ଶତପଥୀ । ସେହିପରି ନିର୍ମଳା ଦେବୀଙ୍କ ନାତୁଣୀ ପଂଚମୀ ମାନୁଉକିଲ୍ ଏହି ଭିଡିଓର ପରିକଳ୍ପନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସମ୍ବାଦ ଓ ଆମ ଓଡିଶାର ମୁଖ୍ୟ ସୋମ୍ୟରଞ୍ଜନ ପଟ୍ଟନାୟଙ୍କ ସମେତ କଳା ଓ ସାହିତ୍ୟ ଜଗତର ଅନେକ ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ । ଗୀତ ଗୁଡିକ ୟୁଟୁବରେ ମୁକ୍ତିଲାଭ କରିବା ପରେ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି ।