ଲାଲଗଡରେ ବିପ୍ଳବୀ କବି ବର୍ବରା ରାଓ : ୭୦ଜଣ ସମର୍ଥକଙ୍କ ସହ ମାଲକାନଗିିରିରେ ପହଂଚିଛନ୍ତି ବର୍ବରା ରାଓ

0

ମାଲକାନଗିରି : ମାଓବାଦୀଙ୍କ ଶବ ନେବା ପାଇଁ ମାଲକାନଗିରିରେ ବିପ୍ଲବୀ ନେତା ବର୍ବରା ରାଓ ଓ ତାଙ୍କ ସମର୍ଥକ । ମାଲକାନଗିରି ବିଚ୍ଛିନ୍ନାଂଚଳ ପଣସପୁଟରେ ପୁଲିସ ଏନକାଂଉଟର ଘଟଣାକୁ ସୁଚିନ୍ତିତ ଗଣହତ୍ୟା ବୋଲି କହିଛନ୍ତି ବିପ୍ଲବୀ ନେତା ବର୍ବରା ରାଓ । ପ୍ରାୟ ୭୦ଜଣ ସମର୍ଥକଙ୍କ ସହ ମାଲକାନଗିିରିରେ ପହଂଚିଛନ୍ତି ବର୍ବରା ରାଓ । ମୃତ ମାଓବାଦୀଙ୍କ ପରିବାରଲୋକେ ଶବ ଚିହ୍ନଟ କରୁଛନ୍ତି । ତେବେ ତାଙ୍କୁ ଶବ ହସ୍ତାନ୍ତର କରାଯିବ କି ନାହିଁ ସେ ନେଇ ଆଲୋଚନା ଜାରି ରହିଛି ।

ଏସପି ଅଫିସ ସମ୍ମୁଖରେ ସରକାର ଓ ପୁଲିସ ବିରୋଧରେ ନାରାବାଜି କରିଛନ୍ତି ବର୍ବରା ରାଓ ଓ ତାଙ୍କ ସମର୍ଥକ । ଏହି ଘଟଣାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ଓ ଯବାନଙ୍କ ନାମରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରାଯିବ ବୋଲି କହିଛନ୍ତି । ସେହିପରି ଆହତ ନକ୍ସଲଙ୍କୁ ବିଶାଖାପାଟଣା ନେଇ ଚିକିତ୍ସା କରିବାକୁ ସେ ଆସିଥିବା କହିଛନ୍ତି ।

Comments are closed.