ପୋଦିନା ଦେବ ନୂଆ ଲୁକ ! ବାହାରକୁ ଯିବା ପୂର୍ବରୁ ବ୍ୟବହାର କରନ୍ତୁ

58

ପୋଦିନାକୁ ସାଧାରଣତଃ ଆମେ ଖାଦ୍ୟ କିମ୍ବା ଭୋଜନରେ ବ୍ୟବହାର କରିଥାଉ । ଏହାର ବାସ୍ନା ସହ ପୋଦିନା ଖାଦ୍ୟର ସ୍ୱାଦ ବଢାଇଥାଏ । ଏହା ବ୍ୟତୀତ ପୋଦିନାର ଅନେକ ଉପକାରୀ ଗୁଣ ରହିଛି । ଆପଣଙ୍କ ଚେହେରାକୁ ଦେବ ନୂଆ ଚମକ । ଆପଣଙ୍କ ଲୁକ୍ସରେ ଆଣିବ ପରିବର୍ତନ ।

ତେବେ ଜାଣନ୍ତୁ ପୋଦିନା ପତ୍ରର ଉପକାରିତା :

-ଯଦି ଆପଣଙ୍କ ତ୍ୱଚା ତୈଳଯୁକ୍ତ, ତେବେ ପୋଦିନା, ତୁଳସୀ ଓ କଂଚା ଧନିଆର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ।

-ଆପଣଙ୍କ ଆଖି ତଳେ କଳା ଦାଗ ପଡିଥିଲେ ପୋଦିନାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ଆଖି ତଳେ ଲଗାନ୍ତୁ । ଏହି ଦାଗ ଦୂର ହୋଇଯିବ ।

-ପୋଦିନା ଓ କଳା ତୁଳସୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ ମୁହଁରେ ଲଗାଇଲେ ତ୍ୱଚାରେ କୁଂଚିତ ରେଖା ଦୂରେଇଯିବ ।

-ତୁଳସୀ,ପୋଦିନା ଓ ନିମ ପତ୍ରକୁ ପାଣିରେ ଭିଜାଇ ରଖନ୍ତୁ । ସେହି ପାଣି ଦ୍ୱାରା ମୁହଁ ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ ମୁହଁରେ ଥିବା ଦାଗ ଦୂର ହୋଇଯିବ ।

-ପୋଦିନା ପତ୍ରରେ ପିଆଜ ବାଟି କେଶ ମୂଳରେ ଲଗାନ୍ତୁ । ଏପରି କଲେ କେଶର ଉଜ୍ଜଳତା ଆସିବ ।
ପୋଦିନା ଦେବ ତ୍ୱଚାର ଚମକ