ଗରିବଙ୍କୁ ସତର୍କ କଲେ ମୋଦି : ଆକାଉଂଟରେ କଳାଟଙ୍କା ଜମାକଲେ ଅସୁବିଧାରେ ପଡିବ

23

କନକ ବ୍ୟୁରୋ : ଗରିବଙ୍କୁ ସତର୍କ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧନୀଙ୍କ କଳାଟଙ୍କାକୁ ନିଜ ଆକାଉଂଟରେ ରଖିଲେ ଅସୁବିଧାରେ ପଡିବ ବୋଲି ସତର୍କ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ବିମୁଦ୍ରାକରଣ ପ୍ରସଙ୍ଗରେ ଦେଶବାସୀ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ପରିବର୍ତ୍ତନ ମହାଯଜ୍ଞରେ ନିଜକୁ ସାମିଲ କରିଥିବାରୁ ଦେଶବାସୀଙ୍କୁ ସେ ପ୍ରଶଂସା କରିଛନ୍ତି ।

ଯୁବ ବର୍ଗ କିଭଳି ଏହି ବିମୁଦ୍ରାକରଣ କାର୍ଯ୍ୟକ୍ରମକୁ ସମର୍ଥନ କରି ନିରାଡମ୍ବର ଭାବେ ବିବାହ ଉତ୍ସବକୁ ଚା ଭୋଜିରେ ସମାପ୍ତ କରିଛନ୍ତି ସେ କଥାକୁ ମଧ୍ୟ ବଖାଣିଛନ୍ତି ମୋଦି । ଏହା ସହ କ୍ୟାସଲେସ୍ ଟ୍ରାଞ୍ଜାକାସନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ନରେନ୍ଦ୍ର ମୋଦି । ପ୍ରତ୍ୟେକ କାରବାର ସହଜରେ ଓ ସୁବିଧାରେ ମୋବାଇଲ ବଟମ ଦ୍ୱାରା କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।