ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା : ଉପକୃତ ହୋଇଛନ୍ତି ଦେଢ଼ କୋଟି କର୍ମଚାରୀ, ସରକାର ଖର୍ଚ୍ଚ କରିଛନ୍ତି ୩,୬୪୮ କୋଟି 

117

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଦ୍ୱାରା ଉପକୃତ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ଦେଢ଼ କୋଟିରେ ପହଞ୍ଚି ସାରିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଚଗଜଚଣ ଯୋଜନାର ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇଛି । ପ୍ରାୟ ୧ କୋଟି ୫୦ ଲକ୍ଷ କର୍ମଚାରୀ ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନାର ଲାଭ ଉଠାଇ ସାରିଛନ୍ତି । କେନ୍ଦ୍ର ସରକାର ଏହି ଯୋଜନାରେ ୩,୬୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଶ୍ରମ ମନ୍ତ୍ରାଳୟ ଅନୁସାରେ, ରୋଜଗାର ସୃଜନ ପାଇଁ କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ୍ୟ ଯୋଜନା ମଧ୍ୟରୁ ଗୋଟିଏ । ଏହି ଯୋଜନାରେ ୨୦୧୯, ଫେବୃୟାରୀ  ପର୍ଯ୍ୟନ୍ତ ଉପକୃତ ହୋଇଥିବା ଲୋକଙ୍କ ସଂଖ୍ୟା ଦେଢ଼ କୋଟି ପାର କରିସାରିଛି ।  ଏହି ସାମାଜିକ ସୁରକ୍ଷା ଯୋଜନାରେ ସରକାର କର୍ମଚାରୀଙ୍କ ଇପିଏଫଓ ଭରଣ କରିଛନ୍ତି । ୨୦୧୬ ଅଗଷ୍ଟରେ ଏହି ଯୋଜନାର ଘୋଷଣା କରାଯାଇଥିଲା । ଏଥିରେ କମଚାରୀ ଭବିଷ୍ୟନିଧି କର୍ମଚାରୀ ପେନସନ୍ ମାଧ୍ୟମାରେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ତରଫରୁ ପ୍ରଚଳନ କରାଯାଉଛି  । ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ ଅନଲାଇନରେ ହେବାସହ ଏହା ଆଧାର ଆଧାରିତ ମଧ୍ୟ ।