ପ୍ରଧାନମନ୍ତ୍ରୀଙ୍କ ଶିବ ଆରାଧନା ! ସୋମନାଥ ମନ୍ଦିର ଜ୍ୟୋର୍ତିଲିଙ୍ଗରେ ଜଳ ଲାଗି କଲେ ମୋଦି

73

କନକ ବ୍ୟୁରୋ : ଗୁଜୁରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ଶିବ ଆରଧନା । ଆଜି ସକାଳୁ ସକାଳୁ ସୋମନାଥ ମନ୍ଦିରରେ ପ୍ରଥମ ଜ୍ୟୋର୍ତିଲିଙ୍ଗଙ୍କ ପୂଜର୍ଚ୍ଚନା କରିଛନ୍ତି ନରେନ୍ଦ୍ର ମୋଦି । । ମହାଦେବଙ୍କ ଉପରେ ଜଳ ଲାଗି କରିବା ସହ ସ୍ୱତନ୍ତ୍ର ପୂଜା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅମିତ ଶାହା, ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ, ଲାଲକୃଷ୍ଣ ଆଡଭାନୀ ଓ ଅନ୍ୟ ବିଜେପି ନେତା ସୋମନାଥ ମନ୍ଦିରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ହେବା ପରେ ଏହି ମୋଦିଙ୍କର ସୋମନାଥ ଦର୍ଶନ । ପୂର୍ବରୁ ୨୦୧୪ ଫେବୃଆରୀ ୧ରେ ସୋମନାଥ ମନ୍ଦିରରେ ମୋଦି ପୂଜାର୍ଚନା କରିଥିଲେ । ମହାପ୍ରଭୁଙ୍କ ଜ୍ୟୋର୍ତିଲିଙ୍ଗ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରଧାନମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି, ମୋଦି ସୋମନାଥ ମନ୍ଦିରରୁ ହିଁ ଗୁଜୁରାଟ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବେ । ଆଜି ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ସବୁ ବିଧାୟକ ଓ ଦଳର ବରିଷ୍ଠ ନେତାଙ୍କ ସହ ବୈ÷ଠକ କରି ଗୁଜୁରାଟରେ ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ଆଲୋଚନା କରିବେ ।