ମୋଦି ଶିଖାଇଲେ ମୋବାଇଲ କାରବାର ! ବିନା ଇଂଟରନେଟରେ କରିହେବ ଅର୍ଥ ବ୍ୟବସାୟ

24

କନକ ବ୍ୟୁରୋ: ନୋଟ୍ ବନ୍ଦୀକୁ ଆଜି ୫୦ ଦିନ ପୁରିଛି । ଆଶା ଆଶଙ୍କା ଭିତରେ ଦେଶର ଅର୍ଥନୀତିକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କ୍ୟାସଲେସ୍ କାରବାର ପାଇଁ ସରକାରଙ୍କର ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି । ଡିଜି ଧନ ମେଳାରେ ପ୍ରଧାନମନ୍ତ୍ରୀ ଏକ ନୂଆ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି । ଏହାର ନାଁ ରଖାଯାଇଛି ଭୀମ୍ ଆପ୍ । ଏହି ଆପ୍ ଜରିଆରେ ଯେକୌଣସି ବ୍ୟକ୍ତି ଟଙ୍କା କାରବାର କରିପାରିବେ ।

ସବୁଠାରୁ ବଡ କଥା ହେଉଛି, ବିନା ଇଂଟରନେଟରେ ଆପଣ ଏହି ଆପ୍ ବ୍ୟବହାର କରିପାରିବେ । ଅତି ସାଧାରଣ ଲୋକଙ୍କ ହାତ ପାଆନ୍ତାରେ ପହଂଚି ପାରିବ ଡିଜିଟାଲ ଟ୍ରାନଜାକ୍ସନ୍ ବ୍ୟବସ୍ଥା । ଏହା ସହ ଡିଜିଟାଲ୍ ଟ୍ରାନଜାକ୍ସନ୍ କରିଥିବା ଲକି ଗ୍ରାହକମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି ।

ସେପଟେ ନୋଟ୍ ବନ୍ଦୀକୁ ନେଇ ସମାଲୋଚନା କରୁଥିବା ବିରୋଧୀ ଦଳକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ମୋଦି । ପାହାଡ଼ ଖୋଳି ମୂଷା ବାହାରିଲା ବୋଲି ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ଜାଣି ରଖିବା ଉଚିତ ଯେ ମୂଷା ହିଁ ବେଶି କ୍ଷତିକାରକ ।

ଦେଖନ୍ତୁ କେମିତି କାମ କରେ ଏହି ନୂଆ ଆପ୍ ‘ଭୀମ୍’