ବିଦେଶରୁ ମିଳିଥିବା ଉପହାରକୁ ନିଲାମ କରିବେ ମୋଦି ! ଆୟ ଟଙ୍କା, ଗଙ୍ଗା ସଫେଇରେ ହେବ ବିନିଯୋଗ ।

230

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶ ବିଦେଶରୁ ମିଳିଥିବା ପ୍ରତିଷ୍ଠିତ ସ୍ମୃତି ଉପହାରଗୁଡିକୁ ସଂସ୍କୃତି ମନ୍ତ୍ରଣାଳୟର ତତ୍ତ୍ଵାବଧାନରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ନିଲାମ କରିବ । ଏହି ନିଲାମୀରୁ ପ୍ରାପ୍ତ ଅର୍ଥ ନମାମୀ ଗଙ୍ଗେ ପ୍ରକଳ୍ପରେ ବ୍ୟବହାର କରାଯିବ । ବସ୍ତୁଗତ ନିଲାମୀ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ନୂଆଦିଲ୍ଲୀଠାରେ ଆଗାମୀ ୨୭ ଏବଂ ୨୮ ଜାନୁଆରୀରେ ଅପରାହ୍ନ ୧୨ଟା ପରେ ଆୟୋଜିତ କରାଯିବ । ଇ-ନିଲାମୀ ୨୯ ଜାନୁଆରୀରୁ ୩୧ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ କରାଯିବ ।

ବାକି ରହିଯାଇଥିବା ବସ୍ତୁଗୁଡିକର ନିଲାମୀ www.pmmementos.gov.in. ପୋର୍ଟାଲ ଜରିଆରେ କରାଯିବ । ଏହିଭଳି ୧୯୦୦ ସ୍ୱତନ୍ତ୍ର ଉପହାର ଜନସାଧାରଣଙ୍କ ପାଇଁ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ଜୟପୁର ହାଉସ, ନୂଆଦିଲ୍ଲୀଠାରେ ପ୍ରଦର୍ଶୀତ କରାଯାଇଛି । ଏମାନଙ୍କ ମଧ୍ୟରୁ ପେନଟିଂ, ମୂର୍ତ୍ତୀ, ଉପଢୌକନ, ପଗଡି, ଜ୍ୟାକେଟ ଏବଂ ପରମ୍ପରାଗତ ସଙ୍ଗୀତ ବାଦ୍ୟ ଯନ୍ତ୍ର ମଧ୍ୟ ରହିଛି । ଏହି ବସ୍ତୁଗୁଡିକୁ www.pmmementos.gov.in. ପୋର୍ଟାଲ ଜରିଆରେ ଦେଖିହେବ । ଏହି ନିଲାମରୁ ହୋବାକୁ ଥିବା ଆୟ ନମାମୀ ଗଙ୍ଗେ ସ୍କିମରେ ଗଙ୍ଗା ନଦୀକୁ ପରିଷ୍କାର କରିବାରେ ବିନିଯୋଗ ହେବ ।