୫ ଦିନରେ ପହଁଚିଲା ଆନ୍ନାଙ୍କ ଅନଶନ ! ଆନ୍ନା କହିଲେ, ଯଦି ମୋର କିଛି ହୁଏ ସେଥିପାଇଁ କେବଳ ପ୍ରଧାନମନ୍ତ୍ରୀ ମୋଦି ଦାୟୀ ରହିବେ ।

ଆନ୍ନା କହିଛନ୍ତି ଯେ, ଯଦି ଆମରଣ ଅନଶନରେ ମୋର କିଛି ହୁଏ ତେବେ ସେଥିପାଇଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦାୟୀ ରହିବେ ।

833

କନକ ବ୍ୟୁରୋ: ଭଷ୍ଟ୍ରାଚାର ବିରୋଧରେ ଲଢ଼େଇ କରୁଥିବା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ମୋଦିଙ୍କୁ ସିଧା ନିଶାନା । ଆନ୍ନା କହିଛନ୍ତି ଯେ, ଯଦି ଆମରଣ ଅନଶନରେ ମୋର କିଛି ହୁଏ ତେବେ ସେଥିପାଇଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦାୟୀ ରହିବେ । ଗତ ବୁଧବାର ଠାରୁ ଲୋକପାଳ ଓ ଲୋକାୟୁକ୍ତ ଆଇନ୍ ପ୍ରଣୟନ କରିବା ନେଇ ନିଜ ଗାଁ ଅହମ୍ମଦ ନଗର ଜିଲ୍ଲାରେ ଥିବା ନଜର ଗାଆଁ ରାଲେଗଣ ସିଦ୍ଧିରେ ଅନଶନ ଚଳାଇଛନ୍ତି ଆନ୍ନା ।

କେନ୍ଦ୍ରରେ ଓ ମହାରାଷ୍ଟ୍ରରେ ଲୋକପାଳ,ଲୋକଯୁକ୍ତ ଆଇନ୍ ତିଆରି କରିବା ଓ କୃଷକମାନଙ୍କର ବିଭିନ୍ନ ଦାବି ପୂରଣ କରିବା ପାଇଁ ଆନ୍ନା ହଜାରେ ଦୃଢ଼ ସଂକଳ୍ପ କରି ‘ଜନ ଆନ୍ଦୋଳନ ସତ୍ୟାଗ୍ରହ’ ଚଳାଇଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଭ୍ରଷ୍ଟାଚାର ଦୂର କରିବାରେ ଫେଲ୍ ମାରିଛନ୍ତି । ଯଦି କିଏ ର୍ଦୁନୀତି ବିରୋଧରେ ସ୍ୱର ଉଠାଉଛି ତାହାକୁ ଅଣଦେଖା କରୁଛନ୍ତି ମୋଦି ବୋଲି କହିଛନ୍ତି ଆନ୍ନା ।

ଆନ୍ନାଙ୍କ ଆନ୍ଦୋଳନ ୫ ଦିନରେ ପହଁଚିଥିଲେ ବି ପୂର୍ବ ଭଳି ସମାନ ପ୍ରତିଶ୍ରୁତି ଆଉ ଛଳନା କରାଯାଉଛି ବୋଲି ଆନ୍ନାଙ୍କ ସମର୍ଥକ କହିଛନ୍ତି । ତେବେ ଗତ ବୁଧବାରଠାରୁ ଗତ ୫ ବର୍ଷ ଭିତରେ ଆନ୍ନା କେନ୍ଦ୍ର ସରକାରଙ୍କୁ ୩୫ଟି ପତ୍ର ଲେଖିଥିଲେ ହେଁ ତାଙ୍କୁ ମାତ୍ର ୨ଟି ପତ୍ରର ଉତ୍ତର ମିଳିଛି ବୋଲି କହୁଛନ୍ତି ସମାଜସେବୀ ଆନ୍ନା ହଜାରେ। ଯେଉଁଥିରେ ବାରମ୍ବାର ମୋଦି ସରକାର ମିଛ କହି ଚାଲିଛନ୍ତି ବୋଲି କହିଛନ୍ତି ଆନ୍ନା ।