ଓଡିଶା ଆସୁଛନ୍ତି ମୋଦି ! ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଆରମ୍ଭ

32

କନକ ବ୍ୟୁରୋ: ମୋଦି ଓ ମହାନଦୀକୁ ନେଇ ରାଜନୈତିକ ବାତାବରଣ ସରଗରମ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଓଡିଶାଗସ୍ତ କେବଳ ରାଜ୍ୟର ପ୍ରସଙ୍ଗ ଭିତରେ ସୀମିତ ନୁହେଁ ବରଂ ମୋଦିଙ୍କ ଏହି ଓଡିଶାଗସ୍ତ ଉପରେ ସାରାଦେଶର ନଜର ରହିବ । କାହିଁକି ନାଁ ଓଡିଶା ମାଟିରୁ ମୋଦି ବଖାଣିବେ ନିଜ ଶାସନର ୪ବର୍ଷର ସଫଳତା ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରାଜ୍ୟ ପ୍ରଶାସନ ସୁରକ୍ଷା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ବିଶଦ ଭାବେ ଆଲୋଚନା ହୋଇଛି । ଏହି ବୈଠକରେ ଡିଜିପି,ଗୁଇନ୍ଦା ବିଭାଗର ଅଧିକାରୀ,ପୁଲିସ କମିସନରଙ୍କ ସମେତ ପ୍ରେଟୋକଲ ସଚିବ ଓ ଗୃହ ସଚିବ ପ୍ରମୁଖ ଉପସ୍ଥିିତ ଥିଲେ । ମୋଦି ମାତ୍ର ଅଢେଇ ଘଂଟା ପାଇଁ ଓଡିଶା ଆସିବେ ଆଉ ଏଥିପାଇଁ ଜଳ ସ୍ଥଳ ଓ ଆକାଶ ମାର୍ଗରୁ ସୁରକ୍ଷାର ସବୁ ବନ୍ଦୋବସ୍ତ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯିବ ।

୨୬ ତାରିଖ ଅପରାହଣ ୩ଟା ୨୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ମୋଦି । ଏହାପରେ ଏମଆଇ ୮/୧୭ ହେଲିକେପ୍ଟରଯୋଗେ କଟକ ବାଲିଯାତ୍ରା ପଡିଆକୁ ଯିବେ । ହେଲିପ୍ୟାଡରୁ ବାହାରି ସଂଧ୍ୟା ୪ଟା ୧୫ ମିନିଟରେ ସଭାସ୍ଥଳରେ ପହଂଚିବେ । ପ୍ରାୟ ୧ ଘଂଟା ୧୫ ମିନିଟ ଧରି ବାଲିଯାତ୍ରା ପଡିଆର ସଭା ମଂଚରେ ରହିବେ ପ୍ରଧାନମନ୍ତ୍ରୀ । ସଭାକାର୍ଯ୍ୟପରେ ଭୁବନେଶ୍ୱର ଆସି ସଂଧ୍ୟା ୫ଟା ୫୦ ମିନିଟରେ ଦିଲ୍ଲୀ ଫେରିଯିବେ ନରେନ୍ଦ୍ର ମୋଦୀ ।