କାଶ୍ମୀରି ଟୋପୀ ସାଙ୍ଗକୁ କଳାଚଷମାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ! ଏଭଳି ରୁପରେ ଡଲ୍ ହ୍ରଦର ମନଲୋଭା ସୌନ୍ଦର୍ଯ୍ୟକୁ ଉପଭୋଗ କଲେ ।   

85

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏକଦିବସୀୟ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲେ । ଏହି ସମୟରେ ସେ ଅନେକ ପରିଯୋଜନା ଏବଂ ଶିଳାନ୍ୟାସର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ପିଏମ୍ ମୋଦି ଡଲ୍ ଦ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀ ବୋଟରେ ବସି ଏହି ମନୋଲୋଭା ସ୍ଥାନର ମଜା ଉଠାଇଲେ । ସେ ଡଲ୍ ହ୍ରଦର ଚର୍ଚ୍ଚିତ ଚାରଚିନାର ମଧ୍ୟ ଦେଖିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓକୁ ନ୍ୟୁଜ୍ ଏଜେନ୍ସୀ ତରଫରୁ ସେୟାର୍ କରାଯାଇଛି । ଏହି ଭିଡିଓରେ ମୋଦି କାଶ୍ମୀରି ଟୋପୀ ଏବଂ କଳାଚଷମା ପିନ୍ଧି ଲୋକଙ୍କୁ ହାତହଲାଇ ଅଭିବାଦନ କରିବା ସହ ଏହି ମନଲୋଭା ଦୃଶ୍ୟକୁ ଉପଭୋଗ କରିଛନ୍ତି ।

ତେବେ ଏହା ପୂର୍ବରୁ ପିଏମ୍ ମୋଦି ଶ୍ରୀନଗର କ୍ଷେତ୍ରରେ ସାତହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ପରିଯୋଜନା ପାଇଁ କଥା ରଖିଛନ୍ତି । ସେ ବାନ୍ଦିପୁରାରେ ଗ୍ରାମୀଣ  ‘ଗ୍ରାମୀଣ ପ୍ରୋସେସ୍ ଆଉଟସୋର୍ସ ’ (ବିପିଓ) ର ଉଦଘାଟନ କରିଥିଲେ । ମୋଦି କହିଥିଲେ ଯେ କାଶ୍ମୀର ଯୁବପିଢିଙ୍କ ପାଇଁ ରୋଜଗାରର ଅଧିକ ପନ୍ଥା ବଢିବ । ପର୍ଯ୍ୟଟନରେ ଏଭଳି ଅଧିକ ମଉକା ରହିଛି କହି ମୋଦି ଜୀ ଛାତ୍ରଙ୍କୁ ଭାରତର ବିରାସତ୍ ସହ ‘ହୋମ୍ ଷ୍ଟେ’ ଘରେ ରହିବାକୁ ମଧ୍ୟ ଉତ୍ସାହିତ କରିବାକୁ ଏକ ମୋବାଇଲ୍ ଆପ୍ ଆଣିବା ପାଇଁ କହିଛନ୍ତି । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଦେଶୀ ମୁଦ୍ରାରେ ବୃଦ୍ଧି କରିବା ପାଇଁ କଥାବାର୍ତ୍ତା କରୁଥିବା ବେଳେ ମୋଦି କହିଥିଲେ ଯେ ଭାରତ ଆସୁଥିବା ଲୋକଙ୍କ ସଂଖ୍ୟା ୭୫ ଲକ୍ଷରୁ ବଢି ୧ କୋଟି ହୋଇଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଲୋକଙ୍କୁ ପର୍ଯ୍ୟଟକଙ୍କ ପ୍ରତି ନିଜର ବ୍ୟବହାର ବଦଳାଇବାକୁ ପଡିବ । ଲୋକଙ୍କୁ ନିଜର ରାଷ୍ଟ୍ରୀୟ ସତ୍ତା ଉପରେ ମଧ୍ୟ ଗର୍ବ କରିବାର ପ୍ରୟାସ  ଆବଶ୍ୟକ ।