ମୋଦିଙ୍କ ଫିଟନେସ୍ ଚ୍ୟାଲେଞ୍ଜ ! କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଖେଳାଳି ମନିକା ବାତ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ, ସୋସିଆଲ ମିଡିଆରେ ପୋଷ୍ଟ କଲେ ଭିଡିଓ

22

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଫିଟନେସ୍ ଚ୍ୟାଲେଂଜ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ଟେବୁଲ ଟେନିସ ଖେଳାଳି ମନିକା ବାତ୍ରାଙ୍କୁ ଏହି ଚ୍ୟାଲେଂଜ୍ ଦେଇଛନ୍ତି ମୋଦି । ପଡିଆରେ ଘାସ ଉପରେ ବିଭିନ୍ନ ବ୍ୟାୟାମ କରିଛନ୍ତି ମୋଦି । ଏଥିସହ ପଥର ଉପରେ ମଧ୍ୟ ଯୋଗ କରିଛନ୍ତି । ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ପଂଚତତ୍ୱ ଆଧାରରେ ନିର୍ମତ ରାସ୍ତାରେ ଚାଲି ଉର୍ଜାବାନ ଅନୁଭବ କରୁଥିବା ଟ୍ୱିଟରରେ ସେ ଲେଖିଛନ୍ତି । ଏଥିସହ ସମସ୍ତେ ଫିଟ୍ ରହିବାକୁ ପ୍ରଧାନମନ୍ତ୍ରୀ ଅପିଲ ମଧ୍ୟ କରିଛନ୍ତି ।

ନିୟମିତ ଯୋଗ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଏଥିରେ କେତେଗୁଡ଼ାଏ ଆସନ କରୁଛନ୍ତି ଯାହା ଭିନ୍ନ ଭିନ୍ନ ଦିଗରୁ କଷ୍ଟକର ମନେହୁଏ। ଏଥିସହ ସେ ଶ୍ୱାସପ୍ରଶ୍ୱାସ ବ୍ୟାୟାମ ମଧ୍ୟ କରୁଥିବାର ଦେଖାଯାଉଛି। ଏହି ବ୍ୟାୟାମ ଶରୀରର ରୋଗପ୍ରତିରୋଧକ ଶକ୍ତି ସହ ଅନ୍ୟ କେତେକ ଉପକାର କରିବ।ପ୍ରକୃତିର ପାଞ୍ଚ ତତ୍ତ୍ୱ ଦ୍ୱରା ଉଦ୍‌ବୁଦ୍ଧ ହୋଇ ସେ ଏକ ଟ୍ରାକ୍‌ ଉପରେ ଚାଲୁଥିବାର ଦେଖାଯାଉଛି। ଭିଡିଓ ସହ ସେ ସଂଯୋଗ କରିଥିବା ବର୍ତ୍ତା କହୁଛି: ଯୋଗ ବ୍ୟତୀତ, ମୁଁ ପ୍ରକୃତିର ପଞ୍ଚତତ୍ତ୍ୱ ଦ୍ୱରା ପ୍ରେରିତ ଟ୍ରାକ୍‌ ଉପରେ ମଧ୍ୟ ଚାଲୁଛି। ଏହି ୫ ତତ୍ତ୍ୱ ହେଲା- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ। ଏହା ଖୁବ୍‌ ଫୂର୍ତ୍ତିଦାୟକ ଓ ଶୌର୍ଯ୍ୟକାରୀ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପୋଷ୍ଟ୍‌ କରାଯାଇଥିବା ଏହି ଭିଡିଓ ତାଙ୍କର ବ୍ୟାୟାମ କାର୍ଯ୍ୟକଳାପ ପ୍ରଦର୍ଶନ କରାଇବାର ପ୍ରତିଶ୍ରୁତି ରକ୍ଷା କରୁଛି। କୋହଲି ଦେଇଥିବା ଚାଲେଞ୍ଜ୍‌କୁ ସେ ଗ୍ରହଣ କରିଥିଲେ। କେବଳ ମୋଦି ନୁହନ୍ତି ନିଜ ପତ୍ନୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍‌ ଏମ୍‌ଏସ୍‌ ଧୋନିଙ୍କୁ ମଧ୍ୟ ସେ ଚାଲେଞ୍ଜ୍‌ ଦେଇଥିଲେ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଫିଟ୍ନେସ ଚାଲେଞ୍ଜର ପରେ ଟ୍ୱିଟ୍ କରି ତୁରନ୍ତ ଜବାବ ଦେଇଛନ୍ତି କର୍ଣ୍ଣାଟକ ମ୍ରୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କହିଥିବାରୁ ନରେନ୍ଦ୍ର ମୋଦିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଶାରିରୀକ ସୁସ୍ଥତା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯୋଗ ନିତି ଦିନିଆ କାର୍ଯ୍ୟକ୍ରମର ଏକ ଅଂଶବିଶେଷ । ଏଥିସହ କୁମାରସ୍ୱାମୀ କଟାକ୍ଷ କରି ଲେଖିଛନ୍ତି ରାଜ୍ୟର ଫିଟନେସକୁ ନେଇ ସେ ବେଶି ଚିନ୍ତିତ । ରାଜ୍ୟର ସ୍ୱାସ୍ଥ୍ୟ ସୁଧାରିବାକୁ ଆପଣଙ୍କ ସମର୍ଥନ ଦରକାର ବୋଲି ଟ୍ୱିଟରରେ ଲେଖିଛନ୍ତି କର୍ଣ୍ଣାଟକ ମ୍ରୁଖ୍ୟମନ୍ତ୍ରୀ ।