ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି । ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଲେ, ଓଡିଶା ଉପରେ ପଡିବନି ପ୍ରଭାବ

26

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଆସନ୍ତା ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସୁଛନ୍ତି । ଏନେଇ ଚଳଚଂଚଳ ହୋଇପଡିଛି ବିଜେପି ଶିବିର । ତେବେ ମୋଦିଙ୍କ ଗସ୍ତ ଓଡିଶାରେ କିଛି ପ୍ରଭାବ ପକାଇବନି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ମୋଦି ଅନେକ ଥର ଓଡିଶା ଆସିକି ଗଲେଣି । ୧୭ ବର୍ଷର ସେବା ଓ ୪ ବର୍ଷର ସେବା ମଧ୍ୟରେ ବହୁତ ଫରକ । ମୋଦି ଓଡିଶାକୁ କଣ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି , ଭାରତବର୍ଷରେ ବିଜେପି ଶାସନ ବଳରେ କେଉଁପ୍ରକାର ଉନ୍ନତି ହୋଇଛି ତାହା କଟକରେ ମୋଦି ନିଜ ଅଭିଭାଷଣରେ କହିବେ । ଓଡିଶାରେ ୧୮ ବର୍ଷ ଧରି ଶାସନ କରୁଥିବା ବିଜେଡି ରାଜ୍ୟର ବିକାଶ ପାଇଁ କଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।