୨୦୩୦ ସୁଦ୍ଧା ପ୍ରଯୁକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଟପ୍-ଥ୍ରୀ ଦେଶ ମାନଙ୍କ ମଧ୍ୟରେ ସ୍ଥାନ ପାଇବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

30

କନକ ବ୍ୟୁରୋ : ୨୦୩୦ ସୁଦ୍ଧା ପ୍ରଯୁକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଟପ୍-ଥ୍ରୀ ଦେଶ ମାନଙ୍କ ମଧ୍ୟରେ ସ୍ଥାନ ପାଇବ । ତିରୁପତିରେ ଭେଙ୍କେଟେଶ୍ୱର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ବିଜ୍ଞାନ ହିଁ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରିବ ।

ଏଥିସହ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ସ୍ୱର୍ଣ୍ଣପଦକ ଦ୍ୱାରା ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଦ୍ୱିତୀୟ ଥର ପାଇଁ ତିରୁପତିରେ ଏହି କାର୍ଯ୍ୟକ୍ରମର ଆୟୋଜିତ କରାଯାଇଛି । ଶେଷଥର ପାଇଁ ୧୯୮୩ ମସିହାରେ ବିଜ୍ଞାନ କଂଗ୍ର୍ରେସ ଏଠି ଆୟୋଜିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ଶେଷ କରିବାପରେ ତିରୁମାଲା ସ୍ଥିତ ଭେଙ୍କେଟେଶ୍ୱର ମନ୍ଦିରରେ ପହଁଛି ପ୍ରଧାନମନ୍ତ୍ରୀ ବିଶେଷ ପୂଜାର୍ଚ୍ଚନା କରିଛନ୍ତି ।