ପରୀକ୍ଷା ଉପରେ ପ୍ରାଧାନମନ୍ତ୍ରୀଙ୍କ ଟିପ୍ସ ଶୁଣିବେନି ଓଡ଼ିଆ ମାଧ୍ୟମ ସ୍କୁଲ ପିଲା : କେନ୍ଦ୍ରର ପ୍ରସ୍ତାବକୁ ଓଡ଼ିଶା ସରକାରଙ୍କ ପ୍ରତ୍ୟାଖ୍ୟାନ

25

କନକ ବ୍ୟୁରୋ : ମୋଦିଙ୍କ ଟିପ୍ସକୁ ଓଡିଶାର ନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ଟିପ୍ସ ଶୁଣିବେ ନାହିଁ ଓଡିଆ ମିଡିୟମ ପିଲା । ଆଜି ମୋଦି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେବେ । ଯାହାର ନାଁ ରଖାଯାଇଛି ପରୀକ୍ଷା ପେ ଚର୍ଚ୍ଚ। । ଭିଡିଓ କନଫରେନ୍ସିଂ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ଉପରେ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ । ଗତ ୭ ତାରିଖରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭଡେକର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ବୋଝ ନେବାକୁ ରାଜ୍ୟ ସରକାର ନାରାଜ । ଆଗକୁ ସ୍କୁଲ ଓ କଲେଜ ଗୁଡିକରେ ପରୀକ୍ଷା ଥିବାରୁ ରାଜ୍ୟ ସରକାର ଚିନ୍ତାରେ ।

modi

ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ପ୍ରସଂଗକୁ ନାପସନ୍ଦ କରିବା ସହ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିଭାଗୀୟ ମନ୍ତ୍ରୀ । କିଛିଦିନ ପୂର୍ବରୁ ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ସ୍କୁଲରେ ଭିଡିଓ କନଫରେନ୍ସିଂ ଜରିଆରେ ଛାତ୍ରଛାତ୍ରୀ ମାନଙ୍କ ସହ କଥା ହୋଇଥିଲେ । ଏ ନେଇ ବିଭାଗୀୟ ମନ୍ତ୍ରୀ, ପ୍ରଶାସନ ବି ଜୋରସୋରରେ ଲାଗିପଡିଥିଲେ । କିନ୍ତୁ ବର୍ତ୍ତମାନ ୩ ମାସ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ବୋଝ ବୋଲି କହି ନାପସନ୍ଦ କରିଛନ୍ତି । ଆଜି ଭିଡିଓ କନଫରେନସିଂ ଜରିଆରେ ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପରୀକ୍ଷା ସମୟରେ ଛାତ୍ରଛାତ୍ରୀ କିଭଳି ଚାପମୁକ୍ତ ରହିବେ ସେନେଇ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ