ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୨ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ : ହୁନର୍ ହାଟର ସଂସ୍କୃତି , ଜୈବ ବିବିଧତା ଏବଂ ବିଦେଶାଗତ ପକ୍ଷୀଙ୍କ ଆତିଥ୍ୟକୁ ନେଇ ଚର୍ଚ୍ଚା କଲେ ମୋଦି ।

150

୧୧ ଟା ସମୟରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୨ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଲେ , ଦେଶରେ ଜୈବ ବିବିଧତା ସଂପୂର୍ଣ୍ଣ ମାନବ ଜାତି ପାଇଁ ଏକ ମୂଲ୍ୟବାନ ସଂପତ୍ତି ଅଟେ । ଆମ ସମସ୍ତଙ୍କୁ ଏହାକୁ ସଂରକ୍ଷଣ କରିବା ଆବଶ୍ୟକ । ଏହାସହ ସୃଜନଶୀଳ ହାଟ (ହୁନର୍ ହାଟ) ଶିଳ୍ପକାରଙ୍କ ସ୍ୱପ୍ନର ଖଣ୍ଡିଉଡାକୁ ପର ଦେବା କଥା କହିଛନ୍ତି ମୋଦି । ସେ କହିଛନ୍ତି , ଦିଲ୍ଲୀର ଏକ ଛୋଟ ସ୍ଥାନରେ ଆୟୋଜନ ହୋଇଥିବା ହୁନର୍ ହାଟରେ ଦେଶର ବିଶାଳତା,ସଂସ୍କୃତି,ପରମ୍ପରା,ଖାଦ୍ୟପେୟ ଏବଂ ସଂପର୍କର ବିବିଧତାର ଦର୍ଶନ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ , ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର ହୁନର୍ ହାଟରେ ବୁଲି ବିହାରର ପ୍ରସିଦ୍ଧ ଖାଦ୍ୟ ଲିଟ୍ଟି ଚୋଖା ଖାଇଥିଲେ । ସେ କହିଥିଲେ , ହୁନର୍ ହାଟରେ ସମ୍ପୁର୍ଣ୍ଣ ଭାରତର ସଂସ୍କୃତିର ଝଲକ ଖୁବ୍ ଆକର୍ଷଣୀୟ । ଶିଳ୍ପକାରଙ୍କ ସାଧନା ଓ କଳା ପ୍ରତି ପ୍ରେମର କାହାଣୀ ମଧ୍ୟ ଖୁବ୍ ପ୍ରେରଣାଦାୟୀ ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଭାରତର ଜୈବିକ ବିବିଧତା ଏବଂ ଶୀତରେ ଭାରତ ଆସୁଥିବା ବିଦେଶୀ ପକ୍ଷୀଙ୍କ କଥା କହିଛନ୍ତି । ଭାରତ ବାତାବରଣର ଆତିଥ୍ୟ ପାଇଁ ସାରା ଦୁନିଆର ଭିନ୍ନ ଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରଜାତୀର ବିଦେଶ ପକ୍ଷୀ ଆସିଥାନ୍ତି । ପିଏମ୍ ମୋଦି କହିଛନ୍ତି ଯେ , ନିକଟରେ ଜୀବ ବୈଜ୍ଞାନିକ ମାଛର ଏକ ନୂଆ ପ୍ରଜାତୀର ଖୋଜ କରିଛନ୍ତି । ଏହି ମାଛ ମେଘାଳୟର ଗୁମ୍ଫା ଭିତରେ ରହିଥାନ୍ତି । ଏହି ଗୁମ୍ଫାକୁ ସୂର୍ଯ୍ୟାଲୋକ ମଧ୍ୟ ପହଁଚିପାରୁଥିବ କି ନାହିଁ ତାହା ସନ୍ଦେହ । ଭାରତର ଜୈବ ବିବିଧତାକୁ ଏହା ନୂଆ ଦିଗ ଦେଖାଇବ ।