‘ପରୀକ୍ଷା ପେ ଚର୍ଚ୍ଚା’ରେ PUBG ଗେମ୍ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି, ଜଣେ ମାଆଙ୍କ ପ୍ରଶ୍ନର ଏମିତି ଦେଲେ ଉତ୍ତର

288

ଦିଲ୍ଲୀ ତାଲକୋଟରା ଷ୍ଟାଡ଼ିୟମରେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଓ ଅଭିଭାବକ ମଧ୍ୟ ଭାଗ ନେଇଛନ୍ତି । ଏହି ସମୟରେ ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପରୀକ୍ଷାରେ ଚାପମୁକ୍ତ ରହିବାର ଉପାୟ କହିଲେ । ଏହି ସମୟରେ ଦେଶ ବିଦେଶରେ ଖେଳାଯାଉଥିବା ଆଣ୍ଡ୍ରଏଡ ଗେମ୍ PUBG ଉପରେ କହିଲେ ।

ଜଣେ ମାଆ ପିଏମ୍ ମୋଦିଙ୍କୁ ଜଣାଇଲେ କି, ନବମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ପୁଅ ଅନଲାଇନ ଗେମ୍ ଦୁନିଆରେ ସବୁବେଳେ ରହିଥାଏ । ଏହି ସମସ୍ୟାର ସମାଧାନ ପାଇଁ ସେ କ’ଣ କରିବେ ବୋଲି ପଚାରିଲେ । ମୋଦି ତାଙ୍କ ଜବାବରେ କହିଲେ କି, ଏହି PUBG ଗେମ୍ କ’ଣ ? ଏହା ସମସ୍ୟା ବି ଓ ସମାଧାନ ମଧ୍ୟ । ଆମେ ଚାହୁଁ କି ପିଲାମାନେ ଟେକନୋଲୋଜିରୁ ଦୂରେଇ ଯାଆନ୍ତୁ, ଏମିତିରେ ସେମାନେ ଏକ ପ୍ରକାରର ଦୂରକୁ ଯିବା ଆରମ୍ଭ କରିଦେବେ । ଟେକନୋଲୋଜିର ଉପଯୋଗ ଆମର ବିସ୍ତାର ପାଇଁ, ଆମର ସାମର୍ଥ୍ୟ ବଢ଼ାଇବା ପାଇଁ ହେବା ଉଚିତ୍ । ମୋଦି ଏହି ସମୟରେ କହିଲେ କି, ପ୍ରତ୍ୟେକ ମାତା ପିତା ନିଜ ପିଲାଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ । ପରୀକ୍ଷାର ମହତ୍ୱ ତ ଅଛି, ହେଲେ ଏହା ଜୀବନର ପରୀକ୍ଷା ନୁହେଁ ।

 

PUBG କ’ଣ ? : ପ୍ଲେୟର୍ସ ଅନନୋନ୍ ବେଟଲ ଗ୍ରାଉଣ୍ଡ, ଏହା ଏକ ଆକ୍ସନ ଗେମ୍ । ଏହାକୁ ପବଜି ନାମରେ ଅଧିକ ଜଣାଯାଏ । ସୋସିଆଲ ମିଡିଆରେ ପବଜି ଗେମ୍ କୁ ନେଇ ବହୁତ କ୍ରେଜ୍ ଅଛି । ଏହା ଏକ ରୋମାଂଚକର ଗେମ୍ । ଏହି ଗେମ୍ ର ଫିଚର ବହୁତ ଅସଲି ଲାଗେ । ଯାହା ସତସତିକା ଗେମରେ ରହିବାର ଅନୁଭବ ଦିଏ ।