ଅଖିଳେଶ ଗଧ ଠାରୁ ବି କିଛି ଶିଖିବା ଆବଶ୍ୟକ ! ଉତରପ୍ରଦେଶର ବାହାରିଚରେ ଅଖିଳେଶଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

32

କନକ ବ୍ୟୁରୋ : ଅଖିଳେଶ ଗଧ ଠାରୁ ବି କିଛି ଶିଖିବା ଆବଶ୍ୟକ । ଉତରପ୍ରଦେଶର ବାହାରିଚରେ ଅଖିଲେଶ ସରକାରଙ୍କୁ ଏଭଳି ଜବାବ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଗଧ ତାଙ୍କୁ ପ୍ରେରଣା ଦେଇଛି । ଦେଶବାସୀଙ୍କ ପାଇଁ ସେ ଗଧ ଭଳି ଖଟିବାକୁ ପ୍ରସ୍ତୁତ ।

ସେପଟେ ୟୁପି ସୁଲତାନପୁରରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରାଲିରେ ହଜାର ହଜାର ଜନସାଧାରଣଙ୍କୁ ସମ୍ବୋଧନ କରି ଅମିତ କହିଛନ୍ତି, ୟୁପି ବାସୀଙ୍କ ପାଇଁ ଆସୁଥିବା ଅର୍ଥକୁ ସମାଜବାଦୀ ପାର୍ଟିର ନେତାମାନେ ହଡପ୍ କରୁଛନ୍ତି । ମଂଚ ଉପରୁ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଅମିତ୍ ଶାହା । କହିଛନ୍ତି, ସରକାର ବଦଳି ସାରିଛି ଏହା ସହ ସେନାକୁ ଅଧିକ ଶକ୍ତଶାଳୀ କରାଯାଇଛି । ପାକିସ୍ତାନ ଗୁଳିର ଜବାବ ଭାରତ ଦୃଢ ଭାବେ ଦେଇଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।