କାଶ୍ମୀର ଯୁବକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ! ପର୍ଯ୍ୟଟନ ନା ଆତଙ୍କବାଦ୍ ନିଜ ଭବିଷ୍ୟତ ଗଢିବା ପାଇଁ ବାଛିବାକୁ ହେବ ଗୋଟିଏ

1

କନକ ବ୍ୟୁରୋ : ଟୁରିଜିମ୍ ନା’ ଟେରୋରିଜିମ୍ । ଅର୍ଥାତ୍ ପର୍ଯ୍ୟଟନ ନା’ ଆତଙ୍କବାଦ । କାଶ୍ମୀର ଲୋକଙ୍କୁ ନିଜ ଭାଗ୍ୟ ଓ ଭବିଷ୍ୟତ ଗଢ଼ିବା ପାଇଁ ଏଥିରୁ ଗୋଟିଏ ବାଛିବାକୁ ହେବ । ଦେଶରୁ ସବୁଠୁ ଲମ୍ବା ସୁଡଙ୍ଗ ଉଦ୍ଘାଟନ ଅବସରରେ ଏହା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆତଙ୍କବାଦ ଯୋଗୁଁ ବହୁ ନିହିର ଲୋକ ପ୍ରାଣ ହରାଇଛନ୍ତି । ହେଲେ କିଛି ମିଳି ନାହିଁ ।

ଯଦି ଏହି ୪୦ ବର୍ଷରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇଥାନ୍ତେ, ତାହେଲେ ପୁରା ବିଶ୍ୱ ଏବେ କାଶ୍ମୀର ପାଦରେ ଥାଆନ୍ତା ବୋଲି ମୋଦି କହିଛନ୍ତି । ଗତବର୍ଷ ଆତଙ୍କବାଦୀ ବୁରହାନ୍ ବାନି ମୃତ୍ୟୁ ପରେ ଦୀର୍ଘ ୫ ମାସ ଯାଏଁ କାଶ୍ମୀରରେ ଅସ୍ଥିରତା ଲାଗି ରହିଲା । ଶହ ଶହ ଯୁବକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲେ, ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ହେଲା । ଏହି ସଂଘର୍ଷ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ କଲେଜ୍ ବନ୍ଦ ରହିଲା ।

ବିଚ୍ଛିନ୍ନତାବାଦୀଙ୍କ ହିଂସା ଯୋଗୁଁ ପାଠପଢ଼ା ପ୍ରଭାବିତ ହେଲା । ହେଲେ ମିଳିଲା କ’ଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ଲୋକ ପଥର ମାରିବାରେ ବ୍ୟସ୍ତ ଥିବା ବେଳେ ଆଉ କିଛି ଲୋକ ପ୍ରକୃତରେ କାଶ୍ମୀର ବିକାଶ ଚାହୁଁଛନ୍ତି ବୋଲି ମୋଦି କହିଛନ୍ତି । ଏହି ଅବସରରେ ମୋଦି, ପାକିସ୍ତାନକୁ ବି ସମାଲୋଚନା କରି କହିଛନ୍ତି-ଯେ ବିକାଶ କ’ଣ ପାକ୍ ଅଧିକୃତ କାଶ୍ମୀର ଲୋକଙ୍କୁ ଦେଖେଇ ଦିଆଯାଉ । ଯାହାକୁ ପାକିସ୍ତାନ ବଳପୂର୍ବକ ବକ୍ଜା କରି ଶୋଷଣ କରୁଛି ବୋଲି ମୋଦି କହିଛନ୍ତି ।

Comments are closed.