ବିଜେପିର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ମୋଦି: ୟୁପି ମେରଠରୁ ବିରୋଧୀଙ୍କୁ କଲେ ଟାର୍ଗେଟ, କହିଲେ କଂଗ୍ରେସ ହଟିଲେ ଦେଶରୁ ଦୂରେଇଯିବ ଗରିବୀ

116

କନକ ବ୍ୟୁରୋ: ଆଜିଠାରୁ ବିଜେପିର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତରପ୍ରଦେଶ ମେରଠରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମୋଦି । ମେରଠରରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମେରଠରେ ଆଜି ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ, ସର୍ଜିକାଲ ଷ୍ଟ୍ରାଇକକୁ ଏଥର ନିର୍ବାଚନୀ ପ୍ରସଙ୍ଗ କରିବ ବିଜେପି । ନିଜର ନିର୍ବାଚନୀ ପ୍ରଚାର ବେଳେ ମୋଦି ସ୍ଥଳ ସୀମା, ଆକାଶ ସୀମା ଓ ମହାକାଶରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି ବୋଲି ଜୋରଦାର ପ୍ରଚାର କରିଛନ୍ତି । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।

ସର୍ଜିକାଲ ଷ୍ଟ୍ରାଇକ କରିବାରେ ଅନ୍ୟ ସରକାର ପଛଘୁଂଚା ଦେଇଥିବା ବେଳେ ବିଜେପି ସରକାର ସର୍ଜିକାଲ ଷ୍ଟ୍ରାଇକ କରି ଏଥିରେ ସଫଳତା ହାସଲ କରିଛି ବୋଲି କହିଛନ୍ତି ମୋଦି । ସ୍ଥଳ ସୀମା, ଆକାଶ ସୀମା ଓ ମହାକାଶରେ ସର୍ଜିକାଲ ଷ୍ଟ୍ରାଇକ କରିବାରେ ସଫଳ ହୋଇଛି ବୋଲି ମୋଦି କହିଛନ୍ତି । ସେହିପରି କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଦେଶରୁ କଂଗ୍ରେସ ହଟିଗଲେ ଗରିବୀ ମଧ୍ୟ ଦୂରେଇ ଯିବ । ଏବଂ କଂଗ୍ରେସ ଚାରି ପୀଢୀ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ମଧ୍ୟ ଦୋହରାଉଛି । ଏହାସହ କଂଗ୍ରେସ ସରକାରକୁ ଆସିଲେ ନ୍ୟାୟ ଯୋଜନାରେ ଲୋକଙ୍କ ଖାତାରେ ଟଙ୍କା ଜମା କରିବାର ପ୍ରତିଶ୍ରୁତିକୁ ବି ସମାଲୋଚନା କରିଛନ୍ତି ମୋଦି ।

ଯେଉଁ ସରକାର ୭୦ବର୍ଷ ଧରି ସାଧାରଣ ଜନତାଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବାରେ ଅସମର୍ଥ ସେ କିପରି ଟଙ୍କା ଜମା କରିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ମେରଠ ପରେ ଉତରାଖଣ୍ଡର ରୁଦ୍ରପୁରରେ ବି ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ବିକାଶକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦେଶର ସୈନିକଙ୍କୁ ଅପମାନିତ କରାଯାଉଛି ବୋଲି ମୋଦି କହିଛନ୍ତି । ଆଜି ପ୍ରଥମ ଦିନର ନିର୍ବାଚନୀ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।