ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ !

45

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଏହି ଅଧିବେଶନକୁ କିପରି ସୁରୁଖୁରୁରେ ଶେଷ କରାଯିବ ସେନେଇ ଆଲୋଚନା ହୋଇଛି । ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ । ବୈଠକରେ ଗୋରକ୍ଷା ଓ ଗୋମାଂସ ବିବାଦକୁ ନେଇ ଦେଶରେ ଉପୁଜିଥିବା ସମସ୍ୟାକୁ ସମ୍ବନ୍ଧରେ ବିଶେଷ ଆଲୋଚନା କରାଯାଇଛି ।

ଗୋରକ୍ଷା ନାଁରେ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ବଦଳୀୟ ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, କ୍ଷେତ୍ରୀୟ ଅଖଣ୍ଡତା ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କ ସହ ଅଛି । ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ସଂପର୍କିତ ସମ୍ବେଦନଶୀଳ ପ୍ରସଙ୍ଗ । ସେସବୁ ଉପରେ ମୌସୁମୀ ଅଧିବେଶରେ ଆଲୋଚନା ପାଇଁ ସରକାରଙ୍କୁ ଜଣାଇଥିବା କହିଛନ୍ତି ଆଜାଦ ।

ସିକିମ ସୀମାରେ ମୁହାଁମୁହିଁ ଓ କଶ୍ମୀର ଅସ୍ଥିରତା ନେଇ ସଂସଦରେ ଚର୍ଚ୍ଚା ଜରୁରୀ ବୋଲି ଆଜାଦ କହିଛନ୍ତି । କଶ୍ମୀରରେ ଆଲୋଚନାର ସମସ୍ତ ଦ୍ୱାର ବନ୍ଦ କରି ସରକାର ଏକ ପ୍ରକାର ରାଜନୈତିକ ଅଣନିଶ୍ୱାସୀ ପରିସ୍ଥିତ ସୃଷ୍ଟି କରିଛନ୍ତି । ଯଦି ସରକାର ବନ୍ଧୁକ ମୁନରେ କଶ୍ମୀର ସମସ୍ୟାର ସମାଧାନ କଥା ଚିନ୍ତା କରୁଛନ୍ତି, ତେବେ କଂଗ୍ରେସ ଏହାକୁ ସମର୍ଥନ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।