ବିଜେପି ଜାରି କଲା ଫଟୋ ! ରାଜୀବ ଗାନ୍ଧି ଆଇଏନଏସ୍ ବିରାଟକୁ ‘ବ୍ୟକ୍ତିଗତ ଟ୍ୟାକ୍ସି’ ଭାବରେ ବ୍ୟବହାର କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦି 

328

ଲୋକସଭା ନିର୍ବାଚନରେ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଂଗ୍ରେସ ଉପରେ ଆକ୍ରମଣ ଜାରୀ ରହିଛି । ବୁଧବାର ଏକ ଗମ୍ଭୀର ଆରୋପ ଲଗାଇ ମୋଦି କହିଥିଲେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ଗାନ୍ଧି ପରିବାର ଯୁଦ୍ଧପୋତ ଆଇଏନଏସ୍ ବିରାଟର ଉପଯୋଗ “ବ୍ୟକ୍ତିଗତ ଟ୍ୟାକ୍ସି” ଭାବରେ କରିଥିଲେ ।

ମୋଦି ଏଭଳି ଏକ ଅଭିଯୋଗ ଲଗାଇବା ପରେ ବିଜେପି ପଣ୍ଡିତ ଜବାହାରଲାଲ୍ ନେହେରୁ ଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧି ପର୍ଯ୍ୟନ୍ତ ସମସ୍ତଙ୍କ ଯୁଦ୍ଧପୋତ ସମୟରେ ଛୁଟିରେ ବ୍ୟବହାର ହୋଇଥିବା ଫଟୋକୁ ଜାରି କରିଥିଲେ । ୧୨ ମେ କୁ ହେବାକୁ ଥିବା ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀରେ ନିଜର ପ୍ରଥମ ରାଲୀରେ ମୋଦି କଂଗ୍ରେସ ଉପରେ ପ୍ରଶ୍ନ ଉଠାଇ କହିଥିଲେ , ଯେଉଁ ନେତାଙ୍କ ନାଁରେ କଂଗ୍ରେସ ଭୋଟ୍ ମାଗୁଛି ଯେତେବେଳେ ତାଙ୍କ କୁକୃତ୍ତ୍ୟ ସାମ୍ନାକୁ ଯେତେବେଳେ ଆସିଯାଇଛି ସେତେବେଳେ ସେମାନେ କାହିଁକି ଚିହିଁକି ଉଠୁଛନ୍ତି?