ମୋଦି ବନାମ ସ୍କାମ୍ ! ଏସପି, କଂଗ୍ରେସ, ଅଖିଳେଶ ଓ ମାୟାବତୀଙ୍କୁ ସ୍କାମ୍ କହିଲେ ମୋଦି

21

କନକ ବ୍ୟୁରୋ: ଉତରପ୍ରଦେଶ ନିର୍ବାଚନୀ ପ୍ରଚାରରେ ‘ସ୍କାମ୍’ ବା ଦୁର୍ନୀତିର ବାଖ୍ୟା କଲେ ପ୍ରାଧନମନ୍ତ୍ରୀ । ଆଜି ମିରଟରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନକରି ବିରୋଧୀ ଦଳଗୁଡ଼ିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମୋଦି । ସମାଜବାଦୀ ପାର୍ଟି, ଦଳର ନେତା ଅଖିଳେଶ ଯାଦବ, ସମାଜବାଦୀ ପାର୍ଟିର ସହଯୋଗୀ କଂଗ୍ରେସ ଏବଂ ବହୁଜନ ସମାଜବାଦୀ ପାର୍ଟିର ମୁଖ ମାୟାବତୀ କେହି ବି ବର୍ତି ନଥିଲେ ମୋଦୀଙ୍କ ଟାର୍ଗେଟରୁ ।

ଉତରପ୍ରଦେଶର ‘ସ୍କାମ୍’ ବା ଦୁର୍ନୀତିକୁ ଏଭଳି ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍କାମ୍ ଶବ୍ଦର ଗୋଟିଏ ଗୋଟିଏ ଅକ୍ଷରକୁ ବିରୋଧୀଙ୍କ ନାଁ ସହ ଯୋଡ଼ିଛନ୍ତି ମୋଦି । ଆଉ ଉତରପ୍ରଦେଶର ସ୍କାମ୍ ସର୍ଭେସ୍ ବିଜେପିର ଆଖ୍ୟା ଦେଇଛନ୍ତି ।ସପା ଏବଂ କଂଗ୍ରେସ ମେଂଟ ସଂପର୍କରେ ଟିପ୍ପଣୀ ଦେବାକୁ ଯାଇ ମୋଦି କହିଛନ୍ତି- କିଛି ମାସ ପୂର୍ବରୁ ସମାଜବାଦୀ ପାର୍ଟି ବିରୁଦ୍ଧରେ ପ୍ରଚାର କରୁଥିବା କଂଗ୍ରେସ ଆଜି ଏକାଠି ନିର୍ବାଚନ ଲଢୁଛନ୍ତି । ଉଭୟେ ଉଭୟଙ୍କୁ ବଂଚାଇବାର ପ୍ରୟାସ କରୁଛନ୍ତି । ଯେଉଁମାନେ ନିଜକୁ ବଂଚାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ କଣ ରାଜ୍ୟକୁ ବଂଚାଇବେ ବୋଲି ମୋଦି ପ୍ରଶ୍ନ କରିଛନ୍ତି ।

ସେହିପରି ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଇଂରେଶ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିବା ଉତରପ୍ରଦେଶବାସୀଙ୍କୁ ଦାରିଦ୍ରତାର ଏହି ଯୁଦ୍ଧରେ ଏକାଠି ହେବା ପାଇଁ ଆହ୍ୱାନ କରିଛନ୍ତି । ସମାଜବାଦୀ ପାର୍ଟି କେନ୍ଦ୍ରରୁ ଆସୁଥିବା ଅର୍ଥକୁ ବାଟମାରଣା କରୁଥିବା ଅଭିଯୋଗ କରିବା ସହ ଇତିହାସ ଦୋହରାଇବାକୁ ମୋଦି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।