ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ୍ ସୋ’ । ଟାର୍ଗେଟରେ ଉପକୂଳ ଓଡିଶା । ରାଜଧାନୀ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କଲା ବିଜେପି । 

359

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ବିଜେପିର ଶକ୍ତି ପ୍ରଦର୍ଶନ । ଆଉ ଏହାର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନୀ ପ୍ରଚାର ସମୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି । ଏୟାରପୋର୍ଟରୁ ବାହାରିଥିବା ଏହି ରୋଡ୍ ସୋ ଗଙ୍ଗନଗର, ଓୟୁଏଟି ଦେଇ ବରମୁଣ୍ଡା ଅଭିମୁଖେ ଯାଇଛି ।

ମୋଦିଙ୍କ ବିଶାଳ ରୋଡ୍ ସୋ । ଟାର୍ଗେଟରେ ଉପକୂଳ ଓଡ଼ିଶା । ଉପକୂଳ ଓଡ଼ିଶାର ୫ଟି ଲୋକସଭା, ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରକୁ ଟାର୍ଗେଟ୍ କରି ଏଭଳି ଏକ ମେଗା ସୋ’ର ଆୟୋଜନ କରିଛି ଭାରତୀୟ ଜନତା ପାର୍ଟି । ଆଉ ରୋଡ୍ ସୋ’ ପରେ ବରମୁଣ୍ଡା ପଡ଼ିଆରେ ଜନସଭା ।

ଭୁବନେଶ୍ୱରରେ ରୋଡ୍ ସୋ ଏବଂ ଜନସଭା ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ନବୀନ କିମ୍ବା ବିଜେଡିର ନାଁ ନେଇ ମୋଦି କହିଛନ୍ତି ।

– ୨ଟଙ୍କା ଦେଇ ଟଙ୍କିକିଆ ଚାଉଳର ବାଃ ବାଃ ନେଉଛନ୍ତି

– ମହାନଦୀ ଏବଂ ହୀରାକୁଦ ବନ୍ଧ ଥାଇ ଚାଷୀଙ୍କ ଲାଭ ହେଉନି

– ରାଜ୍ୟ ସରକାରଙ୍କ ଚାଷୀ ଯୋଜନାରେ ଘୋଟାଲା ଚାଲିଛି

– ଚିଟଫଣ୍ଡ ଦୁର୍ନୀତିକୁ ରାଜ୍ୟ ସରକାର ପ୍ରଶ୍ରୟ ଦେଇଛନ୍ତି

ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଏହି ବିଜୟ ସଂକଳ୍ପ ସଭାରେ ମୋଦି ପ୍ରତିଶ୍ରୁତିର ପାହାଡ଼ ଠିଆ କରି ଦେଇ କହିଛନ୍ତି ।

– ପୁଣି ଥରେ ମୋଦି ସରକାର ଆସିଲେ ୨ଟି ନୂଆ ମନ୍ତ୍ରାଳୟ ହେବ

– ମତ୍ସ୍ୟ ସଂପଦ ଏବଂ ଜଳସଂପଦ ପରିଚାଳନା ମନ୍ତ୍ରାଳୟ ପାଇଁ ପ୍ରତିଶ୍ରୁତି

– ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ପକ୍କାଘର, ଉଜ୍ଜଳା ଗ୍ୟାସ ଏବଂ ବିଜୁଳି

– ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ତେବେ ଏହାରି ଭିତରେ ଦେଖିବାର କଥା ନବୀନ ସରକାରଙ୍କୁ ପୁଣି ଥରେ ଲୋକ ନିର୍ବାଚିତ କରୁଛନ୍ତି ନା’ ମୋଦିଙ୍କ ପରିବର୍ତନ ଆହ୍ୱାନକୁ ଲୋକ ଗ୍ରହଣ କରୁଛନ୍ତି ।