ମୋଦିଙ୍କ ବିଶାଳ ରୋଡ଼ ସୋରେ ଭାବମୟ ହେଲା କାଶୀ ! ରାସ୍ତା ପାଲଟିଲା ଜନସମୂଦ୍ର, କିଛି ସମୟ ପରେ ଗଙ୍ଗା ଆରତୀ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

196

କନକ ବ୍ୟୁରୋ : ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ଼ ସୋ ଚାଲିଛି । ନିଜ ନିର୍ବାଚନ ମଣ୍ଡଳୀରେ ମେଗା ରୋଡ଼ ସୋ କରୁଛନ୍ତି ମୋଦି । ଏହି ରୋଡ଼ସୋରେ କେନ୍ଦ୍ର ସରକାରଙ୍କ ଅନେକ ବରିଷ୍ଠ ଉପସ୍ଥିତ ଅଛନ୍ତି । ରୋଡ ସୋରେ ଏନଡିଏର ପ୍ରମୁଖ ସହଯୋଗୀ ଦଳ ଜେଡିୟୁ ମୁଖ୍ୟ ନିତିଶ କୁମାର, ଅକାଳିଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ପିୟୁଷ ଗୋଏଲ ଓ ନିତିନ ଗଡକରୀ ସାମିଲ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାର ଦିନକ ପୂର୍ବରୁ ଆଜି ଏହି ମନ୍ଦିର ନଗରୀରେ ମୋଦି ଏକ ବିଶାଳ ରୋଡ ସୋ କରି ଦଳର ଶକ୍ତିପ୍ରଦର୍ଶନ କରିଛନ୍ତି । ଏହି ରୋଡ ଶୋ’ଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ନିକଟରୁ ବାହାରି ଗଙ୍ଗାକୂଳରେ ଥିବା ଦଶାଶ୍ୱମେଧଘାଟରେ ସମାପ୍ତ ହେବ ।

ବର୍ତ୍ତମାନ ମୋଦି ଦଶାମେଶ୍ୱର ଘାଟରେ ଗଙ୍ଗା ଆରତୀ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ରୋଡ଼ ସୋ ଶେଷ କରି କିଛି ସମୟ ମଧ୍ୟରେ ଗଙ୍ଗା ଆରତୀରେ ସାମିଲ ହେବେ । ଅମିତ ଶାହ ଗଙ୍ଗା ଆରତୀ ପାଇଁ ପହଞ୍ଚି ସାରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଆଜି ଅଜୟ ରାୟଙ୍କୁ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହିତ ପ୍ରିୟଙ୍କା ଗାନ୍ଧି ଏହି ଆସନରୁ ଲଢିବା ପାଇଁ ହେଉଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।