ଯେବେ ମୋଦିଙ୍କ ସହ ହୁଏ ରାହୁଳଙ୍କ ଭେଟ ! କଣ ଘଟେ, ପଢନ୍ତୁ ଏହି ରିପୋର୍ଟ

51

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧିଙ୍କ ଏକ ଫଟୋକୁ ନେଇ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଏବେ ଲୋକଙ୍କ ପାଇଁ ଚର୍ଚ୍ଚାର ଖୋରାକ ପାଲଟିଛି । ମୋଦି-ରାହୁଳଙ୍କ ଭେଟର କିଛି କ୍ଷଣକୁ କ୍ୟାମେରାରେ କଏଦ କରିଛନ୍ତି ଫଟୋଗ୍ରାଫର୍ସ । ସଂସଦରେ ଲୌହ ମାନବ ସଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ବେଳେ ସାମ୍ନାସାମ୍ନି ହୋଇଥିଲେ ଦୁଇ ରାଜନେତା । ମୋଦିଙ୍କ ସହ ରାହୁଲଙ୍କ ସାମ୍ନାସାମ୍ନି ହେବାର ଦୃଶ୍ୟକୁ କ୍ୟାମେରାରେ ତୋଳିନେଇଥିଲେ ଫଟୋଗ୍ରାଫର୍ସ ।

ଫଟୋରେ ମୋଦିଙ୍କ ସାମ୍ନା ଦେଇ ଯିବା ବେଳେ ରାହୁଲ ତୀକ୍ଷଣ ନଜରରେ ମୋଦିଙ୍କୁ ଦେଖୁଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ଚୁପଚାପ ଅବିଚଳିତ ଭାବେ ସେହିଭଳି ଛିଡା ହୋଇ ରହିଥିଲେ । ଲାଗୁଥିଲା, ମୋଦି ଯେପରି ରାହୁଲଙ୍କୁ ଅନେଇବାକୁ ଚାହୁଁ ନାହାନ୍ତି । ତେବେ ଲୋକ ଏହାକୁ ଭିନ୍ନ ରୂପରେ ଦେଖୁଛନ୍ତି । କାରଣ ଏବେ ଦେଶର ଦୁଇଟି ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିଛି । ଖାସକରି ଗୁଜରାଟ ନିର୍ବାଚନ ସହ ଲୋକ ଏହି ଫଟୋକୁ ଯୋଡିଛନ୍ତି । କାରଣ ଗୁଜରାଟ ନିର୍ବାଚନ ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଏହା ତାଙ୍କର ରାଜନୀତିର ହୋମଗ୍ରାଉଣ୍ଡ । କିନ୍ତୁ ଗୁଜରାଟରେ ଏବେ ବିଜେପିର ସ୍ଥିତି ସେତେଟା ଭଲ ନାହିଁ । ତା ଛଡା ଗତକିଛି ଦିନ ଧରି ରାହୁଲ ଗାନ୍ଧି ସୋସିଆଲ ମିଡିଆରେ ମୋଦିଙ୍କୁ ଜୋରଦାର ଆଟାକ କରୁଛନ୍ତି । ଏଭଳି ପରିସ୍ଥିତିରେ ଏହି ଫଟୋ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।