ମୋଦିଙ୍କ ପାଇଁ ଇମ୍ରାନ୍ ଖାନ୍ ଖୋଲିଲେ ଆକାଶ : ପାକ୍ ଉପର ଦେଇ ଯିବ ପ୍ରଧାନମନ୍ତ୍ରୀଙ୍କ ବିମାନ

446

କନକ ବ୍ୟୁରୋ : ପାକିସ୍ତାନ ଆକାଶରେ ଉଡ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ପାଇଁ ଇମ୍ରାନ୍ ଖାନ ଖୋଲିଲେ ପାକ୍ ଆକାଶପଥ । ଏଥିପାଇଁ ଅନୁମତି ଦେଇଛନ୍ତି ପାକିସ୍ତାନ ସରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପାକିସ୍ତାନ ଆକାଶ ଖୋଲିବା ପାଇଁ ରାଜି ହୋଇଗଲା ପାକିସ୍ତାନ । ଆସନ୍ତା ୧୩ ତାରିଖରେ ପାକିସ୍ତାନ ଆକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିମାନ ଉଡ଼ାଣ ଅନୁମତି ମାଗିଥିଲା ଭାରତ । ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ଏନେଇ ଏକ ଅନୁରୋଧପତ୍ର ପାକିସ୍ତାନ ସରକାରଙ୍କୁ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ସାଂଘାଇ ସହଯୋଗ ସଂଗଠନର ବୈଠକରେ ଯୋଗଦେବାକୁ କିର୍ଗିଜସ୍ତାନ ଗସ୍ତ କରିବେ । ଏହି ସମୟରେ ପାକିସ୍ତାନ ବାୟୁସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଉଡିବ ।

ମୋଦିଙ୍କ ପାଇଁ ଆକାଶପଥ ଖୋଲିଲେ ଇମ୍ରାନ ଖାନ । ପାକିସ୍ତାନ ଆକାଶରେ ଉଡିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ । ଫବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ଖୁବ୍ ଖରାପ ରହିଥିଲା । ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ୨୬ ଫେବୃୟାରୀରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ନିଜୟ ଏୟାରସ୍ପେସ୍ ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦେଇଥିଲା । ବାଲାକୋଟ୍ ଏୟାରଷ୍ଟ୍ରାକକୁ ୩ ମାସ ପୁରିଥିଲେ ହେଁ, ଏବେ ପର୍ଯ୍ୟନ୍ତ ମାତ୍ର ଦୁଇଟି ଏୟାର ସ୍ଫେଟ୍ ଖୋଲିଛି ପାକିସ୍ତାନ । ସେବେଠାରୁ ପାକିସ୍ତାନ ଏହାର ଆକାଶ ସୀମାକୁ ଭାରତ ପାଇଁ ବନ୍ଦ ରଖିଛି । ଏହି ଘଟଣାର ୩ ମାସ ପରେ ବି ପାକିସ୍ତାନ ଏୟାରସ୍ପେସ୍ ଖୋଲିନାହିଁ ।

ପାକିସ୍ତାନର ଏକ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ମୋଦିଙ୍କ ଉଡାଣ ପାଇଁ ହଁ ଭରିଛି । କିଛି ଔପଚାରିକତା ପୂରଣ ପରେ ନୂଆଦିଲ୍ଲୀକୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯିବ । ପାକିସ୍ତାନର ସିଭିଲ ଏଭିଏସନ ଅଥରିଟିକୁ ବି ସୂଚନା ଦିଆଯିବ । ପୂର୍ବରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ବି ଏଭଳି ଅନୁମତି ଦେଇଥିଲା ପାକିସ୍ତାନ । କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଚିଠି ଲେଖି ଦୁଇ ଦେଶ ମଧ୍ୟରେ କାଶ୍ମୀର ସମେତ ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ।