ପ୍ରଧାନମନ୍ତ୍ରୀଙ୍କୁ ଚାମ୍ପିଅନ୍ସ ଅଫ୍ ଦି ଆର୍ଥ ସମ୍ମାନ : ପରିବେଶ କ୍ଷେତ୍ରରେ ଅବଦାନ ପାଇଁ ଜାତିସଂଘର ମହାସଚିବ କଲେ ସମ୍ମାନିତ

41

ଚାମ୍ପିଅନ୍ସ ଅଫ ଦ ଆର୍ଥ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଚାମ୍ପିଅନ୍ସ ଅଫ ଦ ଆର୍ଥ ଆୱାର୍ଡରେ ସମ୍ମାନିତ କରିଛି ମିଳିତ ଜାତିସଙ୍ଘ । ପଲିସି ଲିଡରସିପ୍ କ୍ୟାଟେଗୋରୀରେ ମୋଦିଙ୍କୁ ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ସମ୍ମାନରେ ସମ୍ମାନିତ କରିଛି ଜାତିସଙ୍ଘ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବାକୁ ନିଜେ ଜାତିସଙ୍ଘ ମୁଖ୍ୟ ଭାରତ ଆସିଛନ୍ତି । ଜାତିସଙ୍ଘ ୨୦୨୨ ସୁଦ୍ଧା ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ ଶପଥ ନେଇଥିବାରୁ ମୋଦିଙ୍କୁ ଏହି ସମ୍ମାନ ମିଳିଛି । ଗତ କିଛି ଦିନ ତଳେ ଜାତିସଙ୍ଘ ପକ୍ଷରୁ ଏ ନେଇ ଘୋଷଣା କରାଯାଇଥିଲା ।

ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ତରରେ ପରିଚିତ କରାଯାଇଛି । ବିଶେଷ କରି ସ୍ୱଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମକୁ ଭାରତରେ ଲୋକପ୍ରିୟ କରାଇଥିବାରୁ ଏ ନେଇ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଓ ମୋଦିଙ୍କୁ ଶ୍ରେଷ୍ଠ ପରିବେଶ ସମ୍ମାନ ଚାମ୍ପିଅନ୍ସ ଅଫ୍ ଦ ଆର୍ଥରେ ସମ୍ମାନିତ କରିଛି ମିଳିତ ଜାତିସଙ୍ଘ । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନଙ୍କୁ ଇଂଟରନ୍ୟାସନାଲ ସୋଲାର ଆଲାୟନ୍ସ ପାଇଁ ଜାତିସଙ୍ଘ ପକ୍ଷରୁ ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ସମ୍ମାନ ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପରିବେଶ ସଂରକ୍ଷଣ : ଭବିଷ୍ୟ ଦୃଷ୍ଟି, କାର୍ଯ୍ୟକ୍ରମ ଓ ମିଶନ

• ଆନ୍ତର୍ଜାତିକ ସୈାର ସଂଗଠନ : ସୈାର ଶକ୍ତିର ପ୍ରସାର ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ରାଷ୍ଟ୍ରକୁ ଏକଜୁଟ୍ କରିବାରେ ବୈଶ୍ୱିକ ପ୍ରୟାସର ଅଗ୍ରଦୂତ ସାଜିଛି ଭାରତ ।

• ଭାରତରେ ପ୍ରଥମ-ପ୍ଲାଷ୍ଟିକ ବ୍ୟବହାରର ବିଲୋପ ସାଧନ : ପ୍ଲାଷ୍ଟିକ ବ୍ୟବହାରର ବିଲୋପ ଦିଗରେ ଭାରତ ସରକାରଙ୍କ ଅଭିଯାନକୁ ପ୍ରଶଂସା କରିଛି ମିଳିତ ଜାତିସଂଘ ।

• ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅକ୍ଷୟ ଉର୍ଜ୍ଜା ଉତ୍ସରୁ ଶକ୍ତି ଉତ୍ପାଦନର ଅଭୂତପୂର୍ବ ଅଭିବୃଦ୍ଧି ହାସଲ କରିଛି ଭାରତ ।