ସଫଳ ଲୋକଙ୍କ ପଛରେ ଥାଏ ଅନେକ ଲୋକଙ୍କ ହାତ । ହେଲେ ପ୍ରାୟ ଲୋକ ସଫଳ ହେବାପରେ ସାହାଯ୍ୟ କରିଥିବା ଲୋକଙ୍କୁ ଭୁଲିଯାଆନ୍ତି । ହେଲେ ଆମ ପ୍ରଧାନମନ୍ତ୍ରୀ କିନ୍ତୁ ବିଲକୁଲ ଜଣେ ନିଆରା ବ୍ୟକ୍ତିତ୍ୱ । ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ତାଙ୍କ ପାଖରେ କାମ କରୁଥିବା ଲୋକଙ୍କୁ ସେ ଭୁଲିନାହାନ୍ତି । ୧୮ ବର୍ଷ ପୂର୍ବେ ମୋଦିଙ୍କ ପାଇଁ ଖାଇବା ତିଆରି କରୁଥିବା ରୋଷେଇଆଙ୍କୁ ମନେପକାଇ ମୋଦି ଏକଥା ସାବ୍ୟସ୍ତ କରିଦେଇଛନ୍ତି ।

ଏକ ରାଲିରେ ଯୋଗ ଦେବାପାଇଁ ହରିୟାଣାର ସାମ୍ପଲା ଯାଇଥିଲେ ମୋଦି । ଆଉ ସେଠାରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଫୋନ୍ କରି ତାଙ୍କ ପାଇଁ ୧୮ ବର୍ଷ ପୂର୍ବେ ରୋଷଇ କରୁଥିବା ଯୁବକ ଦୀପକଙ୍କୁ ରୋହତକରୁ ସାମ୍ପଲା ଡକାଇଥିଲେ । ଯୁବକ ଜଣକ କୌଣସି ଅସୁବିଧାବଶତଃ ମୋଦି ଯୋଗଦେଇଥିବା ରାଲିକୁ ଆସପାରିନଥିଲେ । ତେବେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ତାଙ୍କୁ ମନେ ରଖିଥିବାରୁ ଭାବବିହ୍ୱଳ ହୋଇପଡ଼ିଥିଲେ ଦୀପକ । ଯୁବକଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ଦେଖି ସ୍ନେହରେ ଆଲିଙ୍ଗନ କରିପକାଇଥିଲେ ମୋଦି । ଏହାସହ ସପରିବାରେ ଦିଲ୍ଲୀ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ । କେବଳ ଏତିକି ନୁହେଁ ଜମ୍ମୁ-କାଶ୍ମୀର, ହରିୟାଣା, ହିମାଚଳର ରାଜ୍ୟପାଳଙ୍କ ସହ ପରିଚୟ ମଧ୍ୟ କରାଇଥିଲେ । ତାଙ୍କ ହାତ ତିଆରି ଖେଚୁଡ଼ିର ସ୍ୱାଦ କେବେ ଭୁଲି ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ । ମୋଦିଙ୍କ ଏପରି ବ୍ୟବହାରରେ ଭାବୁକ ହୋଇପଡ଼ିଛନ୍ତି ଦୀପକ । ୫ ରାଜ୍ୟର ନିର୍ବାଚନ ପରେ ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ଦୀପକ ।

ସୂଚନା ଅନୁସାରେ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ମୋଦି ହରିୟାଣାର ପ୍ରଭାରୀ ଥିଲେ । ଆଉ ମାତ୍ର ୧୩ ବଷଅ ବୟସରେ ଦୀପକ ରୋହତଗ ଆସି ଭାଜପା କାର୍ଯ୍ୟାଳୟରେ ରୋଷେଇ କରୁଥିଲେ । ମୋଦିଙ୍କୁ ମୁଗ ଡାଲି, ଖେଚୁଡ଼ି ଓ ତରକାରି ବହୁତ ପସନ୍ଦ । ଏହାସହ ସେ ମସୟରେ ମୋଦି ତାଙ୍କ ସହ ଆସି ରୋଷେଇ ମଧ୍ୟ କରୁଥିଲେ ବୋଲି କହିଛନ୍ତି ଦୀପକ । ଦୀପକ କହିଛନ୍ତି ସେ ଏବେ କାର୍ଯ୍ୟାଳୟ ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ମଙ୍ଗଳବାର ସାଂପଲାରେ ରାଲିରେ ସେ ଯାଇପାରିନଥିଲେ । ତେବେ ତାଙ୍କୁ ନଦେଖେି ମୋଦି ଫୋନ୍ କରି ତାଙ୍କୁ ଡକାଇଥିଲୋ ।