ଲାଇଟ ଲିଭିଲା, ଦୀପ ଜଳିଲା… କରୋନାର ଅନ୍ଧାର ଦୂରାଇବାକୁ ଦୀପ ଜାଳିଲା ଭାରତ । ଏକତାର ବାର୍ତ୍ତା ଦେବାକୁ ଦୀପ ପ୍ରଜ୍ୱଳିତ କଲେ ପ୍ରଧାନମନ୍ତ୍ରୀ

603

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶବାସୀ ଆଜି ଘର ସାମ୍ନାରେ ଓ ବାଲକୋନିରେ ଦୀପ ଜାଳିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ନିଜ ନିବାସରେ ଦୀପ ଜାଳିଛନ୍ତି । ଦେଶବାସୀ ଆତଶବାଜୀ କରିବା ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଦୀପ ଜାଳିଛନ୍ତି । ଆଜି ରାତି ୯ଟା ହେବା ମାତ୍ରେ ଦେଶବାସୀ ୯ ମିନିଟ ଯାଏଁ ନିଜ ନିଜ ବାଲକୋନି ଓ ନିଜ ଘର ସାମ୍ନାରେ ଛିଡା ହୋଇ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ ଅଥବା ମୋବାଇଲ ଫ୍ଲାସ ଲାଇଟ ଜଳାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଜାରି କରିବା ସହ ନିବେଦନ କରିଥିଲେ ଯେ, ଆଗାମୀ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଳାନ୍ତୁ । ଏହି ଦୀପ ଜାଳିବା ଦ୍ୱାରା ଅନ୍ଧାର ଭିତରେ କରୋନାକୁ ମୁକାବିଲା କରିହେବ । ଦେଶର ୧୩୦ କୋଟି ଜନତା ମିଳିତ ଭାବେ ମହାଶକ୍ତିର ଜାଗରଣ କରନ୍ତୁ ଓ ଆମର ସଂକଳ୍ପ ନିଅନ୍ତୁ ବୋଲି ମୋଦୀ କହିଥିଲେ ।