ପ୍ରଧାନମନ୍ତ୍ରୀ ମୋଦି ଲଂଚ କଲେ ଉମଙ୍ଗ୍ ଆପ୍ ! ଯୋଗାଇବ ୧୦୦ରୁ ଉର୍ଦ୍ଧ୍ୱ ସେବା

73

ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ ନେଣଦେଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ବିମୁଦ୍ରାକରଣର ବର୍ଷେ ପରେ ୧୮୦୦ କୋଟି ଛୁଇଁଛି ଡିଜିଟାଲ ନେଣଦେଣ । ମୋବାଇଲ ପେମେଣ୍ଟ, ପେପର ଭାଇଚର, ମୋବାଇଲ ବ୍ୟାଙ୍କିଂ ମଧ୍ୟ ଏକ ବର୍ଷ ମଧ୍ୟରେ ୧୨୨ ପ୍ରତିଶତ ବଢ଼ିଛି । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସମୟରେ ଆପ୍ ଲଂଚ ହେଉଛି । ତେବେ ଆଜି ମୋଦି ଭିନ୍ନ ଭିନ୍ନ ସରକାରୀ ସେବା ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ପାଇଁ ଏକ ଆପ୍ ଲଂଚ କରିଛନ୍ତି । ଏହି ଆପର ନାମ ହେଲା ଉମଙ୍ଗ ଆପ୍ । ଏହି ଆପକୁ ୨୦୧୬ରେ ଲଂଚ କରାଯିବା ପାଇଁ ଘୋଷଣା କରାଯାଇଥିବଲା । ତେବେ କୌଣସି କାରଣବଶତଃ ଅଟକି ଯାଇଥିଲା କାମ । ଏହି ଆପ ସମସ୍ତ ସରକାରୀ କାମ ପାଇଁ ବହୁତ ଦରକାରୀ ।

image courtesy-http://i0.wp.com/www.thestatesman.com

ଉମଙ୍ଗ୍ ଆପକୁ ଡାଉନଲୋଡ଼ କରିବା ପରେ ପ୍ରୋଭିଡେଣ୍ଟ ଫଣ୍ଡ୍, ନ୍ୟାସନାଲ ପେନସନ ସିଷ୍ଟମ(ଏନପିଏସ)ର ବିସ୍ତୃତ ବିରଣୀ, ଗ୍ୟାସ ସିଲିଣ୍ଡର ବୁକିଂ କରବା, ନୂଆ ପାନକାର୍ଡ଼ ତିଆରି କରବା ପାଇଁ କିମ୍ବା ବିଜୁଳ ବିଲ୍ ଦାଖଲ ପାଇଁ ବ୍ୟବହାର କରିପାରିବେ । ଆପଣ ଏହି ଆପ୍ ସାହାଯ୍ୟରେ ଘରେ ବସି ସବୁ କାମ କରିପାରିବେ । ଉମଙ୍ଗ ଆପ୍ ଜରିଆରେ ଗୋଟିଏ ସ୍ଥାନରେ ଥାଇ ୧୦୦ରୁ ଅଧିକ ସେବାର ଲାଭ ଉଠାଇ ପାରିବେ । ଭିନ୍ନ ଭିନ୍ନ ସରକାରୀ ସେବା ପାଇଁ ଆପଣଙ୍କୁ ଭିନ୍ନ ଭିନ୍ନ ଆପ୍ ଡାଉନଲୋଡ଼ କରିବା ପାଇଁ ପଡ଼ିବ ନାହିଁ । ବିଭିନ୍ନ କାମ ପାଇଁ କେବଳ ଉମଙ୍ଗ୍ ଆପ୍ ହିଁ ଡାଂଉନଲୋଡ଼ କରିବା ପାଇଁ ପଡ଼ିବ ।

ଏହି ଆପକୁ ଇଲୋକ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଓ ନ୍ୟାସନାଲ ଇ-ଗର୍ଭନାସ ଡିଭିଜନ ବିକଶିତ କରିଛି । ଏବେ ଯଦି ଆପଣ ଉମଙ୍ଗ୍ ଆପ୍ ଡାଉନଲୋଡ଼୍ କରୁଛନ୍ତି, ତେବେ ଏଥିରେ ପ୍ରଥମେ ଆପଣଙ୍କୁ ନିଜର ଆଧାର ନମ୍ବର ଲିଙ୍କ କରିବା ପାଇଁ କୁହାଯିବ । ତେବେ ବିନା ଆଧାର ଯୋଡ଼ି ମଧ୍ୟ ଆପଣ ଏହି ଆପ ବ୍ୟବହାର କରିବାପାରିବେ ।

କେମିତି କରିବେ ଡାଉନଲୋଡ଼୍ – ଉମଙ୍ଗ୍ ଆପ୍ ସମସ୍ତ ମୋବାଇଲ ପ୍ଲାଟଫର୍ମରେ ଉପଲବ୍ଧ । ଏହା ବ୍ୟତୀତ ଇପିଏଫଓ ୱେବସାଇଟରୁ ଏହି ଆପକୁୁ ଡାଉଲୋଡ଼ କରିପାରିବେ । ୟୁଜର ୯୭୧୮୩-୯୭୧୮୩କୁ ମିସକଲ କରି ଏହି ଆପର ଲିଙ୍କ ପାଇ ପାରିବେ । ଏହି ଆପ ୧୩ ଟି ଭିନ୍ନ ଭିନ୍ନ ଭାଷାରେ ସେବା ପ୍ରଦାନ କରୁଛି । ତେବେ ଆସନ୍ତୁ ଜାଣିବା ଉମଙ୍ଗ ଆପ୍ ଜରିଆରେ ଆପଣ କେଉଁ କେଉଁ ସେବାର ଲାଭ ଉଠାଇ ପାରିବେ –

ନୂଆ ପାନକାର୍ଡ଼ ତିଆରି କରିପାରିବେ – ଉମଙ୍ଗ୍ ଆପ୍ ବ୍ୟବହାର କରି ନୂଆ ପାନକାର୍ଡ଼ ପାଇଁ ଆବେଦନ କରିହେବ । ଯଦି କେହି ପାନକାର୍ଡ଼ ପାଇଁ ଆବେଦନ କରିଛନ୍ତି ସାରିଛନ୍ତି, ତେବେ ଏହି ଆପ ମାଧ୍ୟମରେ ନିଜର ଷ୍ଟାଟସ ଚେକ୍ କରିପାରିବେ ।

ଏନପିଏସ୍ ଆକାଉଂଟର ଟଙ୍କା ଚେକ୍ କରିପାରିବେ – ନ୍ୟାସନାଲ ପେସନ୍ ସିଷ୍ଟମ୍ ଆକାଉଂଟ ଥିଲେ, ଏହି ଆପ୍ ସାହାଯ୍ୟରେ ହୋଲ୍ଡିଙ୍ଗସ, ଆକାଉଂଟ ବବରଣୀ ଆଦି ତଥ୍ୟ ହାସଲ କରିପାରିବେ । ଏହି ଆପ୍ ବ୍ୟବହାର କରି କିଛି ସେବାର ଠିକଣା ମଧ୍ୟ ବଦଳାଇପାରିବେ ।

ଚାକିରି ପାଇଁ ଆବେଦନ- ଚାକିରି ପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କ ଏହି ଆପ୍ ବହୁତ ସାହାଯ୍ୟ କରିବ । ଉମଙ୍ଗ୍ ଆପ ଜରିଆରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନୁସାରେ ଆପଣ ରେଜିଷ୍ଟର କରାଇପାରିବେ ।

ବୁକିଂ କରିପାରିବେ ଗ୍ୟାସ ସିଲିଣ୍ଡର- ଏଚପି, ଇଣ୍ଡେନ୍ ଓ ଭାରତ ଗ୍ୟାସ ପରି ସେବା ଉମଙ୍ଗ ଆପରେ ଜରିଆରେ କରିପାରିବେ । ସବସ୍କ୍ରାଇବର ସିଲିଣ୍ଡର ରିଫିଲ ବୁକିଂ ବ୍ୟତୀତ ସିଲିଣ୍ଡର ପାଇଁ ମଧ୍ୟ ଏହି ଆପ୍ ଜରିଆରେ ଆବେଦନ କରିପାରିବେ ।

ଉପରୋକ୍ତ ସେବା ବ୍ୟତୀତ ଆଉ ଅନେକ ସେବା ପାଇଁ ଆପଣ ଉମଙ୍ଗ୍ ଆପର ବ୍ୟବହାର କରିପାରିବେ । ତେବେ ବତ୍ତର୍ମାନ ସକରାର ଏହି ଆପର ଆଉ ଏକ ରିଭାଇଜନ ଭର୍ସନ ଲଆଣିବା ପାଇଁ ପ୍ରସ୍ତୁତି ଚାଲୁ ରଖିଛନ୍ତି, ଯେଉଁଠି ଆଉ ଅନେକ ସେବା ସାମିଲ ହେବ ।