ବାହୁବଳୀ ନେତା ମୋଦି ! ପ୍ରଚଣ୍ଡ ବହୁମତରେ ବିଜେପି ପୁଣି ଥରେ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ସାରା ଦେଶରେ ଏବେ ନିର୍ବାଚନ ମାହୋଲ ରହିଛି

146

କନକ ବ୍ୟୁରୋ : ସାରା ଦେଶରେ ଏବେ ନିର୍ବାଚନ ମାହୋଲ ରହିଛି । ବିଭିନ୍ନ ଦଳର ନେତା ନିଜ ନିଜ କର୍ମୀଙ୍କୁ ବିଜୟୀ କରିବା ଲାଗି ଅନେକ ଚେଷ୍ଟା କରୁଛନ୍ତି । ତେବେ ଏପରି ସମୟରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋରଧରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସେ କହିଛନ୍ତି ଯେ, ଆମ ଲାଗି ୨୦୧୪ ମସିହାଠାରୁ ୨୦୧୯ ମସିହା ନିର୍ବାଚନ ଜିତିବା ସହଜ । କାରଣ ବର୍ତମାନ ସମୟରେ ମଧ୍ୟମ ଓ ଗରୀବ ଶ୍ରେଣୀର ଲୋକମାନେ ମୋଦିଙ୍କୁ ସପୋର୍ଟ କରୁଛନ୍ତି । ତେଣୁ ଜିତିବାରେ କୌଣସି ଅସୁବିଧା ହେବ ନାହିଁ । କେବଳ ଏତିକି ନୁହେଁ ମୋଦିଙ୍କୁ ସେ ବାହୁବଳୀ ନେତା ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି ।

source : google

ଏହାସହ ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସେନା ଅନେକ ସମୟରେ ବିଜେପି ସରକାରକୁ ସମାଲୋଚନା କରିଥାଏ । ତେଣୁ ତାହାର ପ୍ରତି-ଉତ୍ତର ମଧ୍ୟ ଦଳ ପକ୍ଷରୁ ରଖାଯାଏ ବୋଲି ଦେବେନ୍ଦ୍ର କହିଛନ୍ତି । କିନ୍ତୁ ଏବେ ସବୁ କିଛି ଠିକ ଥିବା ନେଇ ସେ ଗଣମାଧ୍ୟମକୁ କହିଛନ୍ତି । ମୋଦିଙ୍କ ବିରୋଧରେ ଯେଉଁ ବିରୋଧୀମାନେ ଯେତେ ପ୍ରଚାର କଲେ ବି କୌଣସି ଲାଭ ହେବ ନାହିଁ ବୋଲି ସେ ସଫା ସଫା କହିଛନ୍ତି । ସ୍ୱାଧୀ ପ୍ରଜ୍ଞାଙ୍କ ବୟାନକୁ ନେଇ ମଧ୍ୟ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି, କହିଛନ୍ତି ଯେ, ଏପରି ମନ୍ତବ୍ୟ ଦେବା ଠିକ ନୁହେଁ, ତେଣୁ ଏହାକୁ ନଜରରେ ରଖି କାମ କରିବା ଦରକାର । ତେବେ ସେ ନିଜ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ତେଣୁ ତାହାକୁ ନେଇ ରାଜନୀତି କରାନଯାଉ । ବର୍ତମାନ ସମୟରେ ମୋଦୁଙ୍କ ହାତରେ ଦେଶ ସୁରକ୍ଷିତ ରହିଛି । ତେଣୁ ମୋଦି ଚଳିତ ନିର୍ବାଚନରେ ପୂର୍ଣ୍ଣ ବହୁମତ ପାଇବେ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଦେବେନ୍ଦ୍ର ସ୍ପଷ୍ଟ ଭାବରେ କହିଛନ୍ତି ।