ଗାନ୍ଧୀ ଗଲେ, ମୋଦି ଆସିଲେ ! ଖଦି ଭିଲେଜ୍ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ବୁଲାଉଛନ୍ତି ଚରଖା

28

କନକ ବ୍ୟୁରୋ : ଗାନ୍ଧୀ ଗଲେ, ମୋଦି ଆସିଲେ । ଗାନ୍ଧୀଜୀଙ୍କ ସ୍ଥାନରେ ଲାଗିଲା ମୋଦିଙ୍କ ଫେଟୋ । ଖଦି ଗ୍ରାମଉଦ୍ୟୋଗ କମିଶନ କ୍ୟାଲେଣ୍ଡରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍ଥାନରେ ଲାଗିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ର । ଦୀର୍ଘବର୍ଷ ହେଲା ଖଦି କମିଶନ ଦ୍ୱାରା ପ୍ରକାଶ କରୁଥିବା ବାର୍ଷିକ କ୍ୟାଲେଣ୍ଡର ଏବଂ ଡାଏରୀରେ ଗାନ୍ଧୀଜୀଙ୍କ ଫଟୋ ରହୁଥିଲା ।

କିନ୍ତୁ ଚଳିତବର୍ଷ ପାଇଁ ଛପା ଯାଇଥିବା କ୍ୟାଲେଣ୍ଡର ଏବଂ ଡାଏରୀର ପ୍ରଚ୍ଛଦରେ ମୋଦି ଏକ ବଡ଼ ଚରଖା ଧରି ଗାନ୍ଧୀଜୀଙ୍କ ଶୈଳୀରେ ଖଦି ବୁଣୁଛନ୍ତି । ଗାନ୍ଧୀଜୀଙ୍କୁ ଆଣ୍ଠୁ ଲୁଚୁନଥିବା ଏକ ସାଧାରଣ ଲୁଗା ପରିଧାନ କରି ଚରଖା ବୁଣୁଥିବା ଦେଖୁବାକୁ ମିଳୁଥିବା ବେଳେ ଏଥର ପ୍ରକାଶ ପାଇଥିବା କ୍ୟାଲେଣ୍ଡରର ଫଟୋ ଏବଂ ଡାଏରୀରେ ମୋଦି କୁର୍ତା-ପାଇଜାମା ସହ ଏକ ୱେଷ୍ଟକୋଟ୍ ପିନ୍ଧି ଆଧୁନିକ ଚରଖାରେ ଖଦି ବୁଣୁଛନ୍ତି ।

ଯାହାକୁ ନେଇ ଏବେ ରାଜନୈତିକ ଝଡ଼ ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ସମାଲୋଚନା କରି କହିଛନ୍ତି- ଚରଖା ଧରି ଫଟୋ ଉଠାଇଦେଲେ କେହି ଗାନ୍ଧୀଜୀ ହୋଇଯାଆନ୍ତି ନାହିଁ । ଏଭଳି କ୍ୟାଲେଣ୍ଡର ଛବାଇବା ହାସ୍ୟସ୍ପଦ ବୋଲି କେଜ୍ରିୱାଲ କହିଛନ୍ତି । ସେହିପରି ବୁଦ୍ଧିଜୀବୀମାନେ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି ।