ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ମିଶନ ! ମୋଦି କହିଲେ, ‘ମୋତେ ହଟାଇବା ପାଇଁ ଏକାଠି ହେଉଛନ୍ତି ବିରୋଧୀ,ଆଉ ମୁଁ ଆତଙ୍କବାଦକୁ’

152

କନକ ବ୍ୟୁରୋ : ମୋଦିଙ୍କ ମିଶନ ସାଉଥ । କର୍ଣ୍ଣାଟକ କଲବର୍ଗି ଓ ତାମିଲନାଡୁ କାଂଚିପୁରମରେ ପ୍ରଧାନମନ୍ତ୍ରୀ ଅନେକ ବିକାଶମୂଳକ ଯୋଜନାର ଘୋଷଣା କରିଛନ୍ତି । କର୍ଣ୍ଣାଟକ କୁଲବର୍ଗିରେ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଜନସଭାକୁ ସମ୍ବୋଧିତ କରିଛନ୍ତି ଯେ ସାଧାରଣ ଲୋକଙ୍କ ଜୀବନ ଧାରଣର ମାନକୁ ସହଜ କରିବା ପାଇଁ ତାଙ୍କ ସରକାର ସବୁବେଳେ ନିରନ୍ତର କାମ କରିଆସୁଛନ୍ତି । ଜନଧନ ଆକାଉଁଟ, ଆଧାର ନମ୍ବର ଓ ମୋବାଇଲ ଏକ ଏପରି ତ୍ରିଶକ୍ତିର ନିର୍ମାଣ କରିଛି, ଯାହାଦ୍ୱାରା ଭ୍ରଷ୍ଟାଚାରର ରାସ୍ତା ବନ୍ଦ ହୋଇଯାଇଛି । ଏହାସହ ସେ କହିଛନ୍ତି ବିରୋଧୀ ମୋତେ ଗାଦିରୁ ହଟାଇବା ପାଇଁ ଚାହୁଁଛନ୍ତି । ଆଉ ମୁଁ ଆତଙ୍କବାଦ, ଭ୍ରଷ୍ଟାଚାର ଓ ଗରିବି ହଟାଇବା ପାଇଁ ଚେଷ୍ଟା କରୁଛି ।

ଅନ୍ୟପଟେ କଂଗ୍ରେସ ଓ ଜେଡିଏସ ମେଂଟକୁ ନେଇ ମୋଦି ଟାର୍ଗେଟ କରିଛନ୍ତି । କହିଛନ୍ତି ରିମୋର୍ଟରେ ଚାଲୁଥିବା କର୍ଣ୍ଣାଟକ ସରକାର ରାଜ୍ୟରେ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାଉନାହାନ୍ତି । ଚାଷୀଙ୍କୁ ସେମାନଙ୍କ ଅଧିକାରଠୁ ରାଜ୍ୟ ସରକାର ଦୂରରେ ରଖୁଥିବା ମୋଦି ଅଭିଯୋଗ କରିଛନ୍ତି । ସେହିପରି ରାଜ୍ୟରେ କଂଗ୍ରେସ ଓ ଜେଡିଏସ ମେଂଟ ସରକାରଙ୍କୁ ଟାର୍ଗେଟ କରି ରିମୋଟ କଂଟ୍ରୋଲ ସରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।