ସରକାରୀ କାର୍ଯ୍ୟାଳୟରେ ଏବେ ବାବୁଗିରି ନୁହେଁ କେବଳ ଗାନ୍ଧୀଗିରି ଚାଲିବ ! ସ୍ୱଚ୍ଛତା ସମ୍ମିଳନୀରେ ମୋଦିଙ୍କ ଆହ୍ୱାନ

43

କନକ ବ୍ୟୁରୋ : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ଦେଶବ୍ୟାପୀ ପାଳିତ ହେଉଛି ୧୫୦ ତମ ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ଆଜି ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଉ ଏହି ପବିତ୍ର ଦିନ ଅବସରରେ ରାଷ୍ଟ୍ରପତି ଭବନରେ ସ୍ୱଚ୍ଛତା ସମ୍ମିଳନୀର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛତା ପରି ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ପାଇଁ ଦୁନିଆର ଅନେକ ଦେଶ ଆଜି ଏକାଠି ହୋଇଛନ୍ତି । ସ୍ୱଚ୍ଛତା ମୁଦ୍ଦା ନେଇ ବିଭିନ୍ନ ଦେଶ ଗୁଡ଼ିକ ଏକାଠି ହେବା ଏକ ବଡ଼ ଘଟଣା । ସ୍ୱଚ୍ଛତାକୁ ନେଇ ମୋଦି କହିଛନ୍ତି ଏବେଠାରୁ ସରକାରୀ କାର୍ଯ୍ୟାଳୟରେ ବାବୁଗିରି ନୁହେଁ କେବଳ ଗାନ୍ଧୀଗିରି ଚାଲିବ ।

namo_modi

ମୋଦି କହିଛନ୍ତି ଆମେ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକଜୁଟ ହେବା ଦରକାର । ମହାତ୍ମା ଗାନ୍ଧୀ କହିଥିଲେ ମୁଁ ସ୍ୱାଧୀନତା ଓ ସ୍ୱଚ୍ଛତାରୁ ପ୍ରଥମେ ସ୍ୱଚ୍ଛତାକୁ ଚୟନ କରବି । ସେ ୧୯୪୫ରେ ଗ୍ରାମୀଣ ସ୍ୱଚ୍ଛତା ଉପରେ ମଧ୍ୟ ଜୋର ଦେଉଥିଲେ । ସ୍ୱଚ୍ଛତା ଅଭିଯାନରେ ଦୁନିଆର ସବୁଠାରୁ ବଡ଼ ଆନ୍ଦୋଳନ । ୨୦୧୪ ପୂର୍ବରୁ ଗ୍ରାମୀଣ ସ୍ୱଚ୍ଛତା ୩୮ ପ୍ରତିଶତ ଥିଲା, ଯାହା ଏବେ ୯୪ ପ୍ରତିଶତ ହୋଇଯାଇଛି । ଭାରତରେ ଖୋଲାରେ ମଳତ୍ୟାଗ କରୁଥିବା ଗାଁ ସଂଖ୍ୟା ଆଜି ୫ ଲକ୍ଷରୁ ଅଧିକ ।

www.ndtv.com

ଭାରତର ୨୫ ରାଜ୍ୟ ଖୋଲାରେ ମଳତ୍ୟାଗ ମୁକ୍ତ ହୋଇସାରିଛି । ୪ ବର୍ଷ ପୂର୍ବେ ଖୋଲାରେ ମଳତ୍ୟାଗ କରୁଥିଲେ ୬୦ ପ୍ରତିଶତ ଭାରତୀୟ, ଯାହା ଏବେ ୨୦ ପ୍ରତିଶକୁ କମିଛି । ଏଥିରୁ ଜଣାପଡ଼ୁଛି ଲୋକ ଧୀରେ ଧୀରେ ମଧ୍ୟ ସଚେତନ ହେଲେଣି । ଏହା ବ୍ୟତୀତ ମୋଦି କହିଛନ୍ତି ଦେଶରେ ଯେତିକି ଶୌଚାଳୟ ନିର୍ମାଣ ହୋଇଛି ସେଥିରୁ ପ୍ରାୟ ୯୦ ପ୍ରତିଶତ ବ୍ୟବହାର ହେଉଛି ।