ରାହୁଲଙ୍କ ଗଡରେ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି: ଦେଢଲକ୍ଷରୁ ଅଧିକ ଲୋକଙ୍କୁ ଏକାଠି କରିବା ପାଇଁ ଯୋଗୀ ପ୍ରଶାସନର ଉଦ୍ୟମ

୨୦୧୭ରେ ଆମେଠିର ୪ଟି ବିଧାନସଭା କ୍ଷେତ୍ରରେ ଜିତିଥିଲା ବିଜେପି

68

କନକ ବ୍ୟୁରୋ: ରାହୁଲଙ୍କ ଗଡରେ ଆଜି ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ କ୍ଷେତ୍ର ଆମେଠିରେ ଆଗାମୀ ନିର୍ବାଚନ ଲାଗି ବିଜେପି ପ୍ରଚାରର ବିଗୁଲ ଫୁଙ୍କିବେ । କଂଗ୍ରେସ ଅଧ୍ୟକ୍ଷଙ୍କ ଗଡରେ ଜୋରଦାର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି କରିଛନ୍ତି ଯୋଗୀ ସରକାର । ପାଖାପାଖି ଦେଢଲକ୍ଷରୁ ଅଧିକ ଲୋକଙ୍କୁ ସଭାକୁ ଅଣାଯିବ ।

୨୦୧୭ରେ ଏହି ଲୋକସଭା କ୍ଷେତ୍ରର ୫ଟିରୁ ୪ଟିରେ ଜିତିଥିଲା ଭାରତୀୟ ଜନତା ପାର୍ଟି । ଗୋଟିଏ ଆସନରେ ବିଏସପି ଜିତିଥିବାବେଳେ, ଖାତା ଖୋଲିପାରି ନଥିଲା କଂଗ୍ରେସ । ତେଣୁ ୨୦୧୯ ଲଢେଇ କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ସମ୍ମାନର ପ୍ରଶ୍ନ । ଆଉ ପ୍ରିୟଙ୍କାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣି ବଡ ବାଜି ଖେଳିଛନ୍ତି ରାହୁଲ । ହେଲେ ବିଜେପିର ଦାବି ପ୍ରିୟଙ୍କାଙ୍କ କୌଣସି ପ୍ରଭାବ ପଡିବ ନାହିଁ ।

Comments are closed.