ଇସ୍ରାଏଲରେ ମୋଦି ! ପ୍ରତିରକ୍ଷା, ଶକ୍ତି, ସାମରୀକ ଚୁକ୍ତି ଓ ବୈଷୟିକ ପୁଞ୍ଜିନିବେଶ ନେଇ ହେବ ଆଲୋଚନା

28

କନକ ବ୍ୟୁରୋ: ତିନିଦିନିଆ ଇସ୍ରାଏଲ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲର ରାଜଧାନୀ ଜେରୁସାଲେମରେ ପହଂଚିଛନ୍ତି । ଆଜି ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମକକ୍ଷ ନେତାନ୍ୟାହୁଙ୍କ ସାକ୍ଷାତ କରି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ସାମରିକ ଚୁକ୍ତି ଓ ବୈଷୟିକ ପୁଂଜି ନିବେଶକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ।

ଏହାସହ ଇସ୍ରାଏଲ ରାଷ୍ଟ୍ରପତି ରୁବନ ରିୱଲିନ ଓ ବିରୋଧୀ ଦଳ ନେତା ଆଇକେଜ ହରଜୋଗଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୋଦି ଏକ ଜନସଭାକୁ ଉଦବୋଧନ ଦେବେ । ଭାରତୀୟ ଜନସମୁହଙ୍କୁ ସମ୍ବୋଧାନ ଦେବା ସହ ଇସ୍ରାଏଲରେ ଥିବା ଗୁଜରାଟର ହୀରା ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରିବେ ମୋଦି ।