ଜର୍ମାନୀରେ ମୋଦି ଯାଦୁ ! ପୁଣି ଥରେ ବାଜି ମାରିଲେ ପ୍ରଧାନମନ୍ତ୍ରୀ

48

ଆତଙ୍କବାଦ ହେଉ କି ରେଳବାଇ ଆଧୁନିକୀକରଣ । ଜର୍ମାନୀ ଓ ଭାରତ ଏକାଠି ଅଗ୍ରସର ହେବେ ବିକାଶ ରାସ୍ତାରେ । ଉଭୟ ଦେଶ ପରସ୍ପରର ବିଶ୍ୱାସଯୋଗ୍ୟ ମିତ୍ର ରାଷ୍ଟ୍ର । ତେଣୁ ଯେକୌଣସି ଆହ୍ୱାନକୁ ମିଳିତ ଭାବେ ମୁକାବିଲା କରିବେ ଜର୍ମାନୀ ଓ ଭାରତ । ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦି ଓ ମର୍କେଲ ଉଭୟ ଦୋହରାଇଛନ୍ତି ଏ କଥା । ମେକ୍ ଇନ୍ ଇଣ୍ଡିଆ ପଲିସିରେ ଜର୍ମାନୀକୁ ସ୍ୱାଗତ ଜଣାଇଛନ୍ତି ମୋଦି । ଏଥି ସହ ଦୁଇ ଦେଶ ମଧ୍ୟରେ ମୋଟ୍ ୮ଟି ଏମଓୟୁ ସ୍ୱାକ୍ଷର କରାଯାଇଥିବା ଜଣା ପଡ଼ିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଜର୍ମାନୀରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର୍ । ଆଂଜେଲା ମର୍କେଲଙ୍କ ବ୍ୟତୀତ ଦେଶର ପ୍ରମୁଖ ନେତା ସ୍ୱାଗତ କରିଥିଲେ ମୋଦିଙ୍କୁ । ବାଣିଜ୍ୟ, ପୁଂଜିନିବେଶ, ସୁରକ୍ଷା ଓ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ମିଳିତ ଭାବେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ମୋଦି ଦେଇଥିଲେ ସୂଚନା । ସେପଟେ ଭାରତରେ ଜର୍ମାନୀ ୭ମ ସର୍ବବୃହତ ପୁଂଜି ନିବେଶକାରୀ ଦେଶ ହୋଇଥିବାରୁ ମୋଦି ପୁଂଜି ନିବେଶକଙ୍କୁ ଭାରତ ଆଡ଼କୁ ଆକର୍ଷିତ କରିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ । ତେବେ ମୋଦିଙ୍କ ଏହି ବିଦେଶ ଗସ୍ତକୁ କଡ଼ା ସମାଲୋଚନା କରିଛି କଂଗ୍ରେସ ।

ମୋଦିଙ୍କ ୟୁରୋପ୍ ମିଶନ୍ । ଜର୍ମାନୀ ପରେ ମୋଦିଙ୍କ ଟାର୍ଗେଟରେ ଆଗକୁ ରହିଛି ସ୍ପେନ୍ । କାରଣ ୩ ଦଶକ ପରେ ସ୍ପେନ୍ ଗସ୍ତରେ ଯାଉଛନ୍ତି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ । ସ୍ପେନରେ ମଧ୍ୟ ମୋଦିଙ୍କର ଅନୁରୂପ ଆଭିମ୍ମୁଖ୍ୟ ରହିବ ବୋଲି ଅନୁମାନ କରାଯାଉଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କର ରୁଷ ଓ ଫ୍ରାନ୍ସ ଗସ୍ତର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ୬ ଦିନିଆ ବିଦେଶ ଗସ୍ତ ଶେଷ ହେବ ଜୁନ୍ ୩ ତାରିଖରେ ।