ସୋନିଆଙ୍କ ଗଡରେ ଆଜି ମୋଦି କରିବେ ସଭା ! କୁମ୍ଭମେଳା ପାଇଁ ସ୍ୱତନ୍ତ୍ର ଯୋଜନାର ହେବ ଶୁଭ ଉଦଘାଟନ

କିଛିଦିନ ତଳେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି

97
କନକ ବ୍ୟୁରୋ: କିଛିଦିନ ତଳେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେବେ ସମସ୍ତ ରାଜ୍ୟରେ ବିଜେପି ପରାଜୟର ସ୍ୱାଦ ଚାଖିଛି । ଏପରି ଭାବରେ ପରାଜୟ ପରେ ବିଜେପି କିଛି ଦିନ ଦେଶର କୌଣସି ସ୍ଥାନରେ ସଭା କରୁନଥିବା ଦେଖାଯାଇଥିଲା । ହେଲେ ଆଜି ପୁଣି ଥରେ ମୋଦି ଆରମ୍ଭ କରିବାକୁ ଯାଉଛନ୍ତି ଏକ ଶୋଭାଯାତ୍ରା । ମିଳିଥିବା ସୂଚନା ଅନୁସାରେ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲିରେ ଏକ ସବା କରିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଆରମ୍ଭ ହେବାକୁ ଥିବା କୁମ୍ଭ ମେଳାର ଆୟୋଜନ ପାଇଁ ମୋଦି ସରକାର ଅନେକ ଯୋଜନା କରିଛନ୍ତି । ତେବେ ସେହି ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବାର୍ତା ଦେବା ପାଇଁ ଆଜି ଯାଉଥିବା ଜଣାପଡିଛି । ମୋଟ ଉପରେ ୩୬୬ କୋଟି ଟଙ୍କା ବ୍ୟୟରେ ସେଠାରେ ଅନେକ ଯୋଜନା ହୋଇଛି ।
ସେହି ସମସ୍ତ ଯୋଜନା ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ମୋଦି ଆଜି ଯାଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହାସହ ଦେଶରେ ସବୁଠାରୁ କମ ସମୟରେ ନିର୍ମାଣ ହୋଇଥିବା ଏୟାରପୋର୍ଟ ଟର୍ମିନାଲର ଲୋକାର୍ପଣ ମଧ୍ୟ କରିବେ । କେବଳ ପ୍ରଧାନମନ୍ତ୍ରୀ ନୁହେଁ ବରଂ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ, ଉତ୍ତରପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କେତେକ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ସଭାରେ ସାମିଲ ହେବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ମୋଦି ସେଠାରେ ଏକ ଜନସଭାରେ ଉଦବୋଧନ ଦେବାରେ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାସହ ରାଏବରେଲି ଦୀର୍ଘ ଦିନ ହେବା କଂଗ୍ରେସ ହାତରେ ହିଁ ରହିଛି । ତେବେ ସେହି ସିଟକୁ ବିଜେପି ନିଜ ହାତରେ ରଖିବା ପାଇଣ ଚେଷ୍ଟା କରୁଥିବା ସୂଚନା ମିଳିଛି ।