ନାଗପୁରରେ ଆରଏସଏସର ୯୨ତମ ପ୍ରତିଷ୍ଠା ଦିବସ : ମୋଦିଙ୍କୁ ପ୍ରଶଂସା କଲେ ସଂଘ ମୁଖ୍ୟ ମୋହନ ଭାଗବତ

27

କନକ ବ୍ୟୁରୋ : ଆଜି ଦଶହରାରରେ ଆରଏସଏସ ପାଳନ କରୁଛି ପ୍ରତିଷ୍ଠା ଦିବସ । ଆଉ ବିଜୟାଦଶମୀରେ ନାଗପୁରରେ ଶକ୍ତି ପ୍ରଦର୍ଶନ କରିଛି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ । ଏଥିରେ ଉଦବୋrssଧନ ଦେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ମୋଦି ସରକାରଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି, ୭୦ ବର୍ଷ ପରେ ଦୁନିଆର ଧ୍ୟାନ ଭାରତ ଉପରେ ପଡିଛି । ଆର୍ଥିକ ବିକାଶରେ ଦେଶ ଆଗକୁ ବଢୁଛି । ଗୋ ରକ୍ଷା ନାଁରେ ହିଂସାକୁ ନାପସନ୍ଦ କରିଛନ୍ତି ।

ସେ କହିଛନ୍ତି, ଗାଈଙ୍କ ନାଁରେ ହିଂସାକୁ ଧର୍ମ ସହ ଯୋଡାଯିବା କଥା ନୁହେଁ । ଆମ ଆର୍ଥିକ ନୀତି ଏଭଳି ହେବା ଆବଶ୍ୟକ ଯାହାଦ୍ୱାରା ସମସ୍ତ ବର୍ଗ ଉପକୃତ ହୋଇପାରିବେ । ଆତଙ୍କବାଦ ପ୍ରସଙ୍ଗ , ଡୋକଲାମ ବିବାଦ ଓ କାଶ୍ମୀର ନୀତି ନେଇ ମୋହନ ଭାଗବତ ମୋଦି ସରକାରଙ୍କ ପ୍ରଂଶସା କରିଛନ୍ତି । ରୋହିଙ୍ଗ୍ୟା ମୁସଲମାନ ପ୍ରସଙ୍ଗରେ ସେ କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରୁ ବାହାର କରାଗଲା । ତେବେ ମାନବିକତା ନାଁରେ ମାନବିକତାକୁ ଭୁଲିଯିବା ଠିକ ହେବ ନାହିଁ ।

୧୯୨୫ରେ ଆରଏସଏସର ପ୍ରତିଷ୍ଠା ହୋଇଥିଲା । ଏହିଦିନଠାରୁ ବିଜୟାଦଶମୀରେ ଆରଏସଏସ ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ । ସାରାଦେଶରେ ସଂଘ କର୍ମୀ ଏହି ଅବସରରେ ନାଗପୁରରେ ଏକଜୁଟ ହୋଇଥାନ୍ତି ।