ମଣିପୁରରେ ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ ! ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

73

କନକ ବ୍ୟୁରୋ: ମଣିପୁର ବିଶ୍ୱବିଦ୍ୟାଳୟ ଇମ୍ପାଲଠାରେ ଆଜିଠାରୁ ଆରମ୍ଭ ହୋଇଛି ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହକିଙ୍ଗଙ୍କୁ ମନେ ପକାଇଛନ୍ତି । ହକିଙ୍ଗ ଦୁଇ ଥର ଭାରତକୁ ଆସିଥିବା ବେଳେ ସେ ଭାରତର ଜଣେ ଭଲ ବନ୍ଧୁ ଥିଲେ ବୋଲି ମୋଦି କହିଛନ୍ତି । ଭାରତ ପାଇଁ ହକିଙ୍ଗ ପ୍ରେରଣାର ଉତ୍ସ ଥିଲେ ବୋଲି ନିଜ ଅଭିଭାଷଣରେ କହିଛନ୍ତିି ମୋଦି ।

୧୯୪୪ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଣିପୁରରୁ ସ୍ୱାଧିନତା ଲଢେଇ ଆରମ୍ଭ କରିଥିଲେ ଏବଂ ଏବେ ବିଜ୍ଞାନ କଂଗ୍ରେସର ସାମିଲ ହୋଇଥିବା ବୈଜ୍ଞାନିକଙ୍କ ମଧ୍ୟରେ ବି ସେହି ଉତ୍ସାହ ଦେଖିବାକୁ ମିଳିଛି । ଜଳବାୟୁ ପରିବର୍ତନ ଦିଗରେ ସମସ୍ତେ ଜତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୋଦି । ଭାରତୀୟ ଜାତୀୟ ବିଜ୍ଞାନ କଂଗ୍ରେସର ସଭାପତି ଅଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଅଚ୍ୟୁତ ସାମନ୍ତ । ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୫ହଜାର ପ୍ରତିନିଧି ଯୋଗ ଦେଇଛନ୍ତି । ୫ହଜାର ପ୍ରତିନିଧିଙ୍କ ମଧ୍ୟରେ ୨ହଜାର ବୈଜ୍ଞାନିକ ଅଛନ୍ତି ।

ଆଗାମୀ ୧୮ ତାରିଖ ଯାଏଁ ଚାଲିବ ଭାରତୀୟ ବିଜ୍ଞାନ କଂଗ୍ରେସ । ଏହାପରେ ମୋଦି ଲୁୱାଙ୍ଗ ସାମ୍ ବମ୍ ରେ ମଲଟି ସ୍ପୋର୍ଟ୍ସ କମ୍ଲେକ, ନ୍ୟାସନାଲ ସ୍ପୋର୍ଟ୍ସ ୟୁନିଭର୍ସିଟି ଓ ସ୍ୱାଧିନତା ସଂଗ୍ରାମୀ ରାଣୀ ଗେଦିନଲିୟୁଙ୍କ ନାଁରେ ନାମିତ ପାର୍କର ଉଦ୍ଘାଟନ କରିବେ । ଏହାସହ ବିଭିନ୍ନ ପ୍ରକଳ୍ପର ଶିଳ୍ୟାନାସ କରିବା ପରେ ଏକ ରାଲିରେ ଯୋଗଦେବେ ମୋଦି ।