ବେକାରୀ ହଟାଇବ ପ୍ରଧାନମନ୍ତ୍ରୀଙ୍କ ‘ମୁଦ୍ରା ଯୋଜନା’ ! ଜାଣନ୍ତୁ କ’ଣ ରହିଛି ଏଥିରେ ଫାଇଦା

132

ଭାରତରେ ଦିନକୁ ଦିନ ବଢିଚାଲିଛି ବେକାରି ସମସ୍ୟା । ଆଉ ସସସ୍ତଙ୍କର ଇଚ୍ଛା ଚାକିରୀ କରିବେ । ତେବେ ଯଦି ଆପଣ ଚାକିରି ନକରି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ କମ ଟଙ୍କା ବିନିଯୋଗ କରି ପ୍ରତି ମାସରେ ଆପଣ ଭଲ ରୋଜଗାର କରିପାରିବେ । ଆଉ ଏଥିପାଇଁ ମୋଦି ସରକାର କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟକରିବା ପାଇଁ ଆରମ୍ଭ କରିଛନ୍ତି ‘ମୁଦ୍ରା ଯୋଜନା’ ।

ଯଦି ଆପଣଙ୍କ ପାଖରେ ଦୁଇ ଲକ୍ଷ ଟଂକା ଅଛି ତେବେ ଏହି ଯୋଜନାରେ ଆପଣ ସରକାରଙ୍କ ସାହାଯ୍ୟରେ କମ୍ପ୍ୟୁଟର ଆସେମ୍ଲିଂଗ ବ୍ୟବସାୟ କରିପାରିବେ । ଆପଣଙ୍କୁ ୭୦ ପ୍ରତିଶତ ବା ପାଖାପାଖି ଛଅ ଲକ୍ଷରୁ ଅଧିକ ଟଙ୍କା ସରକାରୀ ସହାୟତା ମିଳିପାରିବ । ଏହି ବ୍ୟବସାୟ କରିବାକୁ ସମୁଦାୟ ଖର୍ଚ୍ଚ ହେବ ପାଖାପାଖି ୮ରୁ ୯ଲକ୍ଷ । ଘରଭଡା, ଇଲେକ୍ଟ୍ରିବିଲ ବାବଦରେ ଏକ ଲକ୍ଷ । ବ୍ୟବସାୟ ପାଇଁ ଯଥା ମଦର ବୋର୍ଡ, କ୍ୟାବିନେଟ ମାଉସ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଆଠ ଲକ୍ଷ ଟଂକା ବିନିଯୋଗ ହେବ ।

କମ୍ପ୍ୟୁଟର ଆସେମ୍ଲିଂଗ ବ୍ୟବସାୟ ଆରମ୍ଭ କଲେ ଆପଣଙ୍କୁ ୨ଲକ୍ଷ୬୯ ହଜାର୭୦୦ଟଙ୍କା ଦେବାକୁ ପଡିବ ଯାହା ପ୍ରୋଜେକ୍ଟର ୩୦ପ୍ରତିଶତ । ବଳକା ୭୦ ପ୍ରତିଶତ ବା ୬ ଲକ୍ଷ ୨୯ ହଜାର ୩ଶହ ଟଙ୍କା ସରକାର ବ୍ୟାଙ୍କ ଲୋନ ଆକାରରେ ଯୋଗାଇଦେବେ । ଏହି ଋଣ ପାଇଁ ଆପଣଙ୍କୁ ୧୩ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ । ଏଥିପାଇଁ ପ୍ରଡକସନ ମୂଲ୍ୟ ବର୍ଷକୁ ୯.୮୮ ମିଲିୟନ ହେବ । ବିକ୍ରୀ ବର୍ଷକୁ ୧.୦୪ କୋଟି ହେଲେ ବର୍ଷକୁ ଗ୍ରସ ଲାଭ ୯ଲକ୍ଷ ୧୩ ହଜାର ଓ ବର୍ଷକୁ ନେଟ ଲାଭ ୩ ଲକ୍ଷ ୧ହଜାର ହେବ । ପ୍ରତି ମାସରେ ଆପଣ ୨୫ହଜାର ଟଙ୍କା ରୋଜଗାର କରିପାରିବେ ।

ମାତ୍ର ତିନି ବର୍ଷରେ ଆପଣ ପୁରା ଟଙ୍କା ଶୁଝିପାରିବେ । ଆଜିକାଲି ସମସ୍ତଙ୍କର କମ୍ପ୍ୟୁଟର ପ୍ରତି ଚାହିଦା ବଢୁଛି । କମ୍ପ୍ୟୁଟର ଆସେମ୍ଲିଂଗ ଏକ ଭଲ ବ୍ୟବସାୟ ଯାହା ଦ୍ୱାରା ଆପଣ ତିନି ବର୍ଷରେ ଲୋନ ମଧ୍ୟ ଶୁଝିପାରିବେ ।କମ୍ପ୍ୟୁଟର ଆସେମ୍ଲିଂଗ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆପଣ ଯେକୌଣସି ବ୍ୟାଙ୍କରେ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଗୋଟିଏ ଫର୍ମ ଫୂରଣ କରିବାକୁ ପଡିବ । ଏହି ଫର୍ମରେ ଆପଣଙ୍କୁ ଆପଣଙ୍କ ଠିକଣା, ନାଁ, ବ୍ୟବସାୟ, ଶିକ୍ଷାଗତ ଯୋଗ୍ୟତା, ବର୍ତମାନର ରୋଜଗାର ଏବଂ କେତେଟଙ୍କା ଋଣ ଚାହୁଁଛ ସେ ବିଷୟରେ ସବିଶେଷ ବିବରଣୀ ଦେବାକୁ ପଡିବ । ଏଥିପାଇଁ ଆପଣଙ୍କ ପାଖରେ ଭଡାଘର କିମ୍ବା ଜମି ଥିବା ଦରକାର ।