ସିଏଏ ବିରୋଧୀ ହିଂସାକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା : ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଓ ହିଂସାତ୍ମକ ପ୍ରଦର୍ଶନ ଦୁର୍ଭାଗ୍ୟଜନକ, ଶାନ୍ତି ବଜାୟ ରଖିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ମୋଦି

348

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରାଦେଶରେ ବିରୋଧ ପ୍ରଦର୍ଶନ ହେଉଛି । ସାରା ଦେଶରେ ଆକ୍ଟ ବିରୋଧୀ ହିଂସାକାଣ୍ଡରେ ବ୍ୟଥିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିଂସାତ୍ମକ ପ୍ରଦର୍ଶନ ନେଇ ଟ୍ୱିଟ୍ କରିଛନ୍ତି ନରେନ୍ଦ୍ର ମୋଦି । ଦେଶରେ ଶାନ୍ତି ବଜାୟ ରଖିବାକୁ ଦେଶବାସୀଙ୍କୁ ବିନୀତ ଅନୁରୋଧ କରିଛନ୍ତି । ନାଗରିକତା ସଂଶୋଧନ ଆଇନ ବିରୋଧରେ ହେଉଥିବା ହିଂସାତ୍ମକ ପ୍ରଦର୍ଶନ ନିନ୍ଦନୀୟ ।

ସିଏଏ ବିରୋଧୀ ହିଂସାକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା । ବିତର୍କ, ଆଲୋଚନା, ମତଭେବ ଗଣତନ୍ତ୍ରର ଅଂଶବିଶେଷ । ହେଲେ ସର୍ବସାଧାରଣ ସମ୍ପତ୍ତି ଓ ଜନଜୀବନ ପ୍ରଭାବିତ କରିବା ଅନୁଚିତ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଶାନ୍ତି ବଜାୟ ରଖିବା ସହ ଏକତା ଦେଖାଇବାର ସମୟ । କୌଣସି ମିଛ କାହାଣୀ ପ୍ରଘଟ ନକରିବାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି ଅପିଲ କରିଛନ୍ତି ।

ମୋଦି ଲେଖିଛନ୍ତି, ନାଗରିକତା ସଂଶୋଧନ ଆକ୍ଟ ୨୦୧୯, ସଂସଦରେ ଉଭୟ ସଦନରେ ପାସ୍ କରାଯାଇଛି । ରାଜନୈତିକ ଦଳ ଓ ସାଂସଦମାନଙ୍କ ବିପୁଳ ସମର୍ଥନ ପରେ ଏହା ଆଇନରେ ପରିଣତ ହୋଇଛି । ଏହି ଆଇନ୍ ପ୍ରାଚୀନ ସଂସ୍କୃତି ଓ ଭାଇଚାରାର ସନ୍ଦେଶ ଦେଉଛି ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଭାରତର ସମସ୍ତ ନାଗରିକଙ୍କୁ ମୁଁ ଭରସା ଦେଉଛି, ନାଗରିକ ସଂଶୋଧ ଆକ୍ଟ କୌଣସି ବି ପ୍ରକାର ଧର୍ମ ଉପରେ ଆଞ୍ଚ ଆଣବ ନାହିଁ । କୌଣସି ନାଗରିକ ଏହି ଆଇନ୍ ଦ୍ୱାରା ପ୍ରଭାବିତ ହେବେନାହିଁ । କୌଣସି ବି ଭାରତୀୟ ଏହି ଆକ୍ଟ ପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ଏହି ନିୟମ କେବଳ ସେହି ଲୋକଙ୍କ ପାଇଁ ଯେଉଁମାନେ ହଂସାର ଶିକାର ହୋଇଛନ୍ତି, ତାଙ୍କ ପାଇଁ ଭାରତ ଠାରୁ ଆଉ ପ୍ରକୃଷ୍ଟ ସ୍ଥାନ ନାହିଁ । ତାଙ୍କ ହିତ ପାଇଁ ଏହି ଆଇନ୍ ପ୍ରଣୟନ କରାଯାଇଛି ।

ଏପରି ସମୟରେ ହିଂସା ଛାଡ଼ି ଦେଶବାସୀ ସମସ୍ତ ଭାରତୀୟ ବିକାଶ ପାଇଁ କାମ କରିବା ଉଚିତ୍ । ଗରିବ ପଛୁଆ ବର୍ଗଙ୍କୁ ସଶକ୍ତ କରିବା ପାଇଁ ପ୍ରଣ ନେବା ଆବଶ୍ୟକ । ଦେଶରେ ଏପରି ଅରାଜକତା ସୃଷ୍ଟି କରିବା ଶୁଭଙ୍କର ନୁହେଁ ।