ମୋଦିଙ୍କ ଗୋଟିଏ ଫୋନକଲରେ ବଂଚିଗଲା ସାତହଜାର ଲୋକଙ୍କ ଜୀବନ । ହେଲେ କେମିତି ?

55

ପୁଣି ସାମ୍ନାକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ । ୨୦୧୫ରେ ସାଉଦି ଆରବ ଟାର୍ଗେଟ କରିଥିଲା ୟେମେନକୁ । ସେଠାରେ ଫସି ରହିଥିଲେ ୧୯୭୨ ବିଦେଶୀଙ୍କ ସମେତ ୪୮ ଶହ ଭାରତୀୟ ନାଗରିକ । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କ ଜୀବନ ବଂଚାଇପାରିଥିଲା ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ । ଏସିଆନ ଫୋରମର ଅନ ଇଂଡିଆର ପ୍ରବାସୀ ଭାରତୀୟ ଦିବସ ଅବସରରେ ଏକଥାକୁ ସେୟାର କରିଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଏହି ଏସିଆନ ଫୋରମରେ ୩ହଜାର ଭାରତୀୟ ଉପସ୍ଥିତ ଥିଲେ ।

ସୁଷମା କହିଥିଲେ, ୨୦୧୫ରେ ସାଉଦିଆରବ ଯେତେବେଳେ ୟେମେନ ଉପରେ ଆକ୍ରମଣ କରିଥିଲା, ସେ ବହୁତ ଦୁଃଖରେ ଥିଲେ । ହଜାର ହାଜାର ଭାରତୀୟ ସେଠାରେ ଫସି ରହିଥିଲେ । ସେମାନଙ୍କୁ କିପରି ସେଠାରୁ ମୁକୁଳା ହେବ ସେ ନେଇ ଚିନ୍ତାରେ ଥିଲେ, କାରଣ ସାଉଦି ସାମରିକ ବାହିନୀ ଲଗାତାର ବୋମାମାଡ କରିଚାଲୁଥିଲେ । ଏଭଳି ପରିସ୍ଥିତିକୁ ନେଇ ସୁଷମା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ପ୍ରଧାନମନ୍ତ୍ରୀ ଆଗ୍ରହର ସହ ରିୟାଦର ରାଜାଙ୍କ ସହ କଥା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବୋମାମଡ ନକରିବାକୁ ଅନୁରୋଧ କରିଥିଲେ । ପ୍ରତିଦିନ ଦୁଇ ଘଂଟା ବୋମାମାଡ ବନ୍ଦ କରିବାକୁ ରାଜି ହୋଇଥିଲେ ସାଉଦିଆରବ ରାଜା । ଆଉ ଏହି ସମୟରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ବାହାର କରିବା ସହ ସେମାନଙ୍କୁ ଆଡେନ ଆଣ୍ଡ ଆର୍ମି ଏୟାରପୋର୍ଟ ପର୍ଯ୍ୟନ୍ତ ପହଂଚାଇବା ପାଇଁ ସେ ନିଜେ ୟେମେନ ସରକାରଙ୍କୁ ନିବେଦନ କରିଥିଲେ ।

ଅପରେସନ ଜରିଆରେ ଭାରତୀୟ ସେନା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ କିନ୍ତୁ ଆଶା କରାଯାଉଥିବା ସଫଳତା ମିଳିପାରିନଥିଲା ବୋଲି ସୁଷମା କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋନ ପରେ ସାଉଦିଆରବ ଦୈନିକ ୨ଘଂଟା ବୋମାମାଡ ବନ୍ଦ କରିଥିଲେ ଫଳରେ ନିଜ ଦେଶର ନାଗରିକଙ୍ ଜୀବନ ବଂଚାଇବା ସହ ବିଦେଶୀ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ୨୦୧୫ ଏପ୍ରିଲ୧ରୁ ୧୧ଦିନ ଯାଏ ଅଭିଯାନ ଚାଲୁ ରହିଥିଲା ।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଅବସରରେଭିଭିଆନ ବାଲକ୍ରିଷ୍ଣନଙ୍କୁ ସାକ୍ଷାତ କରିବା ପାଇଁ ପ୍ରତିପକ୍ଷଙ୍କ ସହ ସିଙ୍ଗାପୁରରେ ନେଇଥିବା ପଦକ୍ଷେପ ବିଷୟରେ କହିଥିଲେ । ପ୍ରବାସୀ ଭାରତୀୟ ଦିବସ ଅବସରରେ ସେ ଏହି ଅଭିଯାନରେ ସାମିଲ ହୋଇଥିବା ଦେଶର ପ୍ରତିନିଧିଙ୍କ ବାବଦରେ କହିଥିଲେ । ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ମିଆଁମାର, ଫିଲିପାଇନସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମା । ଭାରତର ଏହି ଦେଶମାନଙ୍କ ସହ ଶତକଡା ୧୦.୨ ବ୍ୟବସାୟ ହୋଇଥାଏ ।

ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ବିଜେପି ସରକାର ପ୍ରାଧାନ୍ୟ ଦେଇଥାଏ । ସୁଷମା ସୋସିଆଲ ମିଡିଆରେ ପୁରା ଆକ୍ଟିଭ ରହିଥାଆନ୍ତି । ଫସି ରହିଥିବା ଲୋକ ଓ ସେମାନଙ୍କ ୁ କିପରି ଉଦ୍ଧାର କରାଯାଉଛି ସେ ବିଷୟରେ ସବୁବେଳେ ସୋସଇଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି । ନିକଟରେ ତିନିଦିଆ ବିଦେଶ ଗସ୍ତ ପୂର୍ବରୁ ସୁଷମା ଟ୍ୱିଟ କରିଥିଲେ ଯେ ୩ ଭାରତୀୟ ଏବଂ ସାତ ନେପାଳି ଝିଅଙ୍କୁ କେନିଆ ମୁକ୍ତ କରିଛି ।

୨୦୧୭ରେ ବିଦେଶ ଭବନ ଉଦଘାଟନ ସମୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ, ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବିଭିନ୍ନ ରାଷ୍ଟ୍ରରେ ଫଶି ରହିଥିବା ୮୦ ହଜାର ନାଗରିକଙ୍କୁ ଉଦ୍ଧାର କରାଯାଇଛି । ସାଉଦିଆରବରେ ଫସିରହିଥିବା ୨୯ ଭାରତୀୟଙ୍କୁ ବୈଦେଶିକ ବିଭାଗ ବଂଚାଇ ଥିଲା ।